ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ବନ୍ଦର (ପାରାଦୀପ ପୋର୍ଟ ଟ୍ରଷ୍ଟ) ରେ ସେକ୍ରେଟାରି (ଏଚ୍‌ଓଡି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ଯୋଗ୍ୟତା:

ୟୁନିଭର୍ସିଟି ଡିଗ୍ରୀ ସହ ଜେନେରାଲ ଆଡ୍‌ମିନିଷ୍ଟ୍ରେସନ୍‌, ପର୍ସୋନେଲ୍‌, ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍‌ ଆଦିର ଏକ୍ସିକ୍ୟୁଟିଭ୍‌ କାଡର୍‌ରେ ଅତିକମ୍‌ରେ ୧୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୪୫ ବର୍ଷରୁ କମ୍‌ ବୟସ୍କ

ଦରମା– ୪୩,୨୦୦ରୁ ୬୬,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ମିନିଷ୍ଟ୍ରୀ ଅଫ୍‌ ସିପିଂର ଅନ୍‌ଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଏହା ପରେ ଆବେଦନପତ୍ରର ପ୍ରିଣ୍ଟ୍‌ ଆଉଟ୍ ଏବଂ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍‌କୁ ମାର୍ଚ୍ଚ ୩୧ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଠିକଣା– ଦି ସେକ୍ରେଟାରୀ, ପାରାଦୀପ ପୋର୍ଟ ଟ୍ରଷ୍ଚ, ଜିଲ୍ଲା- ଜଗତସିଂହପୁର, ଓଡ଼ିଶା- ୭୫୪୧୪୨

ଅଧିକ ସୂଚନା ପାଇଁ paradipport.gov.in ରେ ଲଗ୍‌ଇନ୍‌ କରନ୍ତୁ।

Source: www.chakiri.plus

Comment