ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ୱରେ ଏବେ ସଙ୍କଟ ସୃଷ୍ଟି କରିଥିବା କରୋନା ଭାଇରସ୍ କ୍ରୀଡ଼ା ଜଗତ ଉପରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିଛି। ଯେଉଁ କାରଣରୁ ବିଶ୍ୱର ଅନେକ କ୍ରୀଡ଼ାକୁ କରୋନା କାରଣରୁ ବାତିଲ୍ କରାଯାଇଛି। ଏପରିକି ଏଥରର ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ବାତିଲ୍ ହେବ ବୋଲି ସୂଚନା ମିଳିଛି।

ଆଗାମୀ ସେପ୍ଟେମ୍ବର ମାସରେ ୟୁଏଇରେ ଏସିଆ କପ୍ ଖେଳାଯିବାର ଯୋଜନା କରାଯାଇଥିଲା। ସମସ୍ତ ଟିମ୍ ମଧ୍ୟ ଏହାକୁ ନେଇ ଖୁସି ପ୍ରକଟ କରିଥିଲେ। ହେଲେ କରୋନା ଏବେ ସବୁ ଟିମର ଦୁଃଖର କାରଣ ସାଜିଛି। କରୋନା କାରଣରୁ ଏଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ବାତିଲ୍ ହେବ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ କରୋନା କାରଣରୁ ଟୋକିଓ ଅଲମ୍ପିକକୁ ମଧ୍ୟ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇଠାରୁ ଆରମ୍ଭ କରି ବିଶ୍ୱର ପ୍ରମୁଖ ଦେଶ ନିଜର କ୍ରିକେଟ୍ ଖେଳକୁ ବାତିଲ୍ କରିଦେଇଛନ୍ତି।

Comment