ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଜୟପୁର: ଲକଡାଉନ୍ ପାଇଁ ଓଡ଼ିଶାରେ ଫସିଛନ୍ତି ମହାରାଷ୍ଟ୍ରର ୧୩ଟି ପରିବାର। ଖାଇବାକୁ ନପାଇ ଭୋକ ବିକଳରେ ପଡ଼ିଆରେ ତମ୍ବୁକୁ ଆଶ୍ରା କରି ଦିନ କାଟୁଛନ୍ତି ଶହେରୁ ଅଧିକ ଲୋକ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ସଦର ପଞ୍ଚାୟତ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଓଡ଼ିଶାର ହସ୍ତରେଖା ଓ ଜ୍ୟୋତିଷ କାମ କରି ପେଟ ପୋଷୁଥିବା ୧୩ଟି ମରାଠୀ ପରିବାର ଏବେ ଲକଡାଉନ୍ ପାଇଁ ନିଜ ରାଜ୍ୟକୁ ଯାଇପାରୁନାହାନ୍ତି। ବାଧ୍ୟ ହୋଇ ସେମାନେ ସ୍ଥାନୀୟ ଡାଇମଣ୍ଡ ପଡ଼ିଆରେ ତମ୍ବୁଟାଣି ସମୟ କାଟୁଛନ୍ତି। ଏହି ୧୩ଟି ପରିବାରରେ ପ୍ରାୟ ଶହେରୁ ଅଧିକ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ସ୍ତ୍ରୀ ଓ ଛୋଟ ଛୋଟ ପିଲା ବି ଅଛନ୍ତି। ଯେଉଁମାନେ ଏବେ ଲକଡାଉନ୍ କାରଣରୁ ଦିନକୁ ଦୁଇମୁଠା ଖାଇବାକୁ ବହୁ ଅସୁବିଧା ଭୋଗୁଛନ୍ତି।

ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଲକଡାଉନ୍ ତାଙ୍କ ବାଟ ଉପରେ କଣ୍ଟା ସାଜିଛି। ଯାହା ବି କିଛି ଖାଇବା ଜିନିଷ ଥିଲା ତାହା ଏବେ ସରିସାରିଲାଣି। ତେଣୁ ସେମାନେ ଏବେ ଓଡ଼ିଶା ସରକାରଙ୍କ ସାହାଯ୍ୟକୁ ଅନେଇ ବସିଛନ୍ତି।

Comment