ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାକୁ ନେଇ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବେିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି।

ଏହି ଅବହେନେ ଶ୍ରୀ ପ୍ରଧାନ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଓଡ଼ିଆ ଭାଇ, ଭଉଣୀମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କ ରହିବା, ଖାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ପଦକ୍ଷେପ ନେବା ନିହାତି ଜରୁରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାହାରେ ଫସିଥିବା ଶ୍ରମିକମାନଙ୍କର ତାଲିକା ଓ ଫୋନ ନମ୍ବର ପ୍ରସ୍ତୁତ କରି ସେମାନଙ୍କ ସହ ଯୋଗାଯୋଗ ରଖାଯାଉଛି। ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବି ଯୋଗାଯୋଗ ହୋଇଛି। ଏଣୁ ସେମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comment