ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଦିଲ୍ଲୀସ୍ଥିତ ନାସନାଲ ବୁକ୍ ଟ୍ରଷ୍ଟରେ ପି.ଆର ଆସିଷ୍ଟାଣ୍ଟ, କନ୍‌ସଲଟାଣ୍ଟ, ପ୍ରଡକ୍ସନ ଏକ୍ସିକ୍ୟୁଟିଭ୍, ଆଡମିନିଷ୍ଟ୍ରେଟିଭ୍ ଏକ୍ସିକ୍ୟୁଟିଭ୍ ଏବଂ ମାର୍କେଟିଂ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏହି ନିଯୁକ୍ତି ୬ ମାସ ପାଇଁ ଚୁକ୍ତିଭିତ୍ତକ।

ପି.ଆର ଆସିଷ୍ଟାଣ୍ଟ:

  • ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ବା ଜର୍ନାଲିଜମ (ସାମ୍ବାଦିକତା)ରେ ଡିଗ୍ରା ହାସଲ କରିଥିବେ। ପବ୍ଲିକ୍ ରିଲେସନ୍, ମିଡିଆ କୋଡିନେସନ୍, ସୋସିଆଲ ମିଡିଆ ସଂପୃକ୍ତ ବିଭାଗରେ ଅତିକମରେ ୨ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା

କଲସଲଟାଣ୍ଟ:

  • ଯୋଗ୍ୟତା- କେନ୍ଦ୍ର ସରକାରଙ୍କ ଅଧିନରେ ସେକ୍ସନ ଅଫିସର କିମ୍ବା ତଦୁର୍ଦ୍ଧ ପଦବୀରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ- ଅତିବେଶୀରେ ୬୫ ବର୍ଷ
  • ଦରମା- ୪୫୦୦୦ ଟଙ୍କା

ପ୍ରଡକ୍ସନ ଏକ୍ସିକ୍ୟୁଟିଭ୍:

  • ଯୋଗ୍ୟତା- ଦଶମ ପାସ୍ କରିଥିବେ ବା ପ୍ରିଣ୍ଟିଂ ଟେକ୍ନୋଲୋଜିରେ ୩ ବର୍ଷ ଡିପ୍ଲୋମା କରିଥିବେ, ଏହା ସହ ବୁକ୍ ପବ୍ଲିସିଂରେ ୨ ବର୍ଷ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିଥିବେ। ବୁକ୍ ପ୍ରଡକ୍ସନ ବିଭାଗରେ ୩ବର୍ଷର ଅଭିଜ୍ଞତା ଥିବ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା-  ୩୦୦୦୦ରୁ ୪୦୦୦୦ ଟଙ୍କା

ଆଡମିନିଷ୍ଟ୍ରେଟିଭ୍ ଏକ୍ସିକ୍ୟୁଟିଭ୍:

  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ ଏବଂ ଫାସିଲିଟି ମ୍ୟାନେଜମେଣ୍ଟ, ପ୍ରୋଟୋକଲ, ସୁପରଭିଜନ ଅଫ୍ ସିକ୍ୟୁରିଟି ଆଣ୍ଡ୍ ହାଉସ୍ କିପିଂରେ ଅଭିଜ୍ଞତା ଥିବ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା

ମାର୍କେଟିଂ ଆସିଷ୍ଟାଣ୍ଟ:

  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଇ ମେଲ୍ ଜରିଆରେ ଆବେଦନ କରିପାରିବେ।

ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ nbtindia.gov.in ରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment