ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୧ ମସିହା ଏପ୍ରିଲ୍ ୨ ତାରିଖରେ ମୁମ୍ବାଇରେ ବିଶ୍ୱକପ୍ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ। ଦୀର୍ଘ ୨୮ ବର୍ଷ ବ୍ୟବଧାନ ପରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା। ଆଜି ଏହାକୁ ୯ ବର୍ଷ ପୂରଣ ହୋଇଛି।ଏହି ଅବସରରେ ବିଭିନ୍ନ ଭାରତୀୟ କ୍ରିକେଟରମାନେ ମଧ୍ୟ ନିଜର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। ଖେଳାଳିମାନେ ନିଜ ନିଜର ସୋସିଆଲ୍ ଆକାଉଣ୍ଟରେ ଧୋନିଙ୍କ ଶେଷ ବଲ ଛକାର ଭିଡିଓ ସେଆର୍ କରି ପୁଣି ସେହି ସ୍ମୃତିକୁ ମନାପକାଇଛନ୍ତି।

୨୦୧୧ ରେ ଘରୋଇ ମାଟିରେ ବିଶ୍ୱକପ୍ ଖେଳିଥିଲା ଟିମ୍ ଇଣ୍ଡିଆ। ଲିଗ୍ ପର୍ଯ୍ୟାୟରେ ଚତ୍ମକାର ପ୍ରଦର୍ଶନ ସହିତ କ୍ୱାଟର୍-ଫାଇନାଲରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ। ଏହାପରେ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଧୀ ପାକିସ୍ତାନକୁ ମଧ୍ୟ ଧୂଳି ଚଟାଇଥିଲା ଭାରତୀୟ କ୍ରିକେଟ୍ ଦଳ। ଏହାପରେ ମୁମ୍ବାଇରେ ଫାଇନାଲରେ ଭାରତୀୟ ଟିମ୍ ଯାହା କରି ଦେଖାଇଥିଲା। ତାହା ଭାରତୀୟ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ଲେଖାହୋଇଯାଇଛି।ମହେନ୍ଦ୍ର ସିଂହ ଧୋନି ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଏହି ସୌଭାଗ୍ୟ ଅର୍ଜନ କରିଥିଲେ। ତାଙ୍କ ପୂର୍ବରୁ କପିଲ ଦେବ ୧୯୮୩ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡରେ ବିଶ୍ୱକପ୍ ଜିତିଥିଲେ।

Comment