ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାତିରେ କେବଳ ଲାଇଟ୍‌ ବନ୍ଦ ରଖନ୍ତୁ।
  • ଆଉ ସବୁ ଅନ୍‌ ରଖିବାରେ କିଛି ସମସ୍ୟା ନାହିଁ – ଶକ୍ତି ମନ୍ତ୍ରାଳୟ
  • ନିଜ ଘରର ଲାଇଟ୍‌ ସୁଇଚ୍‌ ବନ୍ଦ ରଖିବେ, ମେନ୍‌ ସୁଇଚ୍‌ ଆଦୌ ବନ୍ଦ କରିବେ ନାହିଁ।

କରୋନାରୂପକ ଅନ୍ଧକାରଙ୍କୁ ଆଲୋକର ଉଜ୍ଜଳତା ହିଁ ହରାଇ ପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରି ଘରେ, ବାଲକୋନିରେ ବା ଛାତ ଉପରେ ଦୀପ, ମୋବାଇଲ ଫ୍ଲାସ୍‌ ଜାଳିବେ ଦେଶବାସୀ। ତେବେ ଏହି ସମୟରେ ସମସ୍ତ ଷ୍ଟ୍ରିଟ୍‌ ଲାଇଟ୍‌, ଅଫିସ୍‌, ପୋଲିସ ଷ୍ଟେସନ୍‌ ଓ ହସ୍ପିଟାଲର ଲାଇଟ୍‌ ଅନ୍‌ ରହିବ। ଏନେଇ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଲୋକେ କେବଳ ଘରର ଲାଇଟ୍‌ ସୁଇଚ୍‌ ବନ୍ଦ କରନ୍ତୁ, ମେନ୍‌ ସୁଇଚ୍‌ ଆଦୌ ବନ୍ଦ କରନ୍ତୁ ନାହିଁ। ଘରର ବିଜୁଳି ଛଡ଼ା ଟିଭି, ଫ୍ୟାନ୍‌, କମ୍ପ୍ୟୁଟର, ଏସି, ଫ୍ରିଜ୍‌ ଭଳି ଇଲେକ୍‌ଟ୍ରୋପିକ୍ସ ଉପକରଣ ଚଳାଇପାରେ କିଛି ଅସୁବିଧା ନାହିଁ ବୋଲି ଶକ୍ତି ମନ୍ତ୍ରାଳୟ ସୂଚନା ଦେଇଛି। ଏନେଇ ଶକ୍ତି ମନ୍ତ୍ରାଳୟ ଟୁଇଟ୍‌ କରି ଜଣାଇଛି।

ଆଜି ରାତି ୯ଟାରେ ସାରା ଦେଶରେ ବିଜୁଳି ବତୀ ବନ୍ଦ ରହିଲେ ପାଓ୍ୱାର ଗ୍ରୀଡ୍‌ରେ ସମସ୍ୟା ସୃଷ୍ଟି ହେବ ବୋଲି ଯେଉଁ ଭୁଲ ଧାରଣା ସୃଷ୍ଟି ହୋଇଛି, ତାହା ଭୁଲ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତେବେ ଗୋଟେ ସମୟରେ ଲାଇଟ୍‌ ଅଫ୍‌ ଓ ଅନ୍‌ କରିବା ଯୋଗୁଁ ପାଓ୍ୱାର ଲୋଡ୍‌ ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏହି ସମୟରେ ଭୋଲଟେଜ୍‌ ତଳ ଉପର ହୋଇପାରେ। ଏଥିପାଇଁ ଗୋଟେ ସମୟରେ ଲାଇଟ୍‌ ଅଫ୍‌ ଅନ୍‌ ନ କରି କିଛି ସମୟ ପୂର୍ବରୁ ଓ ପରେ ବନ୍ଦ କରିବାକୁ ଶକ୍ତି ବିଭାଗ ଲୋକମାନଙ୍କୁ ନିବେଦନ କରିଛନ୍ତି।

କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ରବିବାର ଅର୍ଥାତ ଏପ୍ରିଲ ୫ ତାରିଖ ରାତି ୯ଟାରେ ସମସ୍ତ ଦେଶବାସୀ ୯ ମିନିଟ୍ ପାଇଁ ନିଜ ଘରର ଲାଇଟ୍ ବନ୍ଦ ରଖନ୍ତୁ। ଏଥିସହ ଏହି ୯ ମିନିଟ୍ ସେମାନେ ଉଚିତ୍ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ଘରେ କିମ୍ବା ବାଲକୋନିରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ବା ମୋବାଇଲ୍ ଲାଇଟ୍ ଜାଳନ୍ତୁ।

ଏହାଦ୍ୱାରା ଦେଶବାସୀଙ୍କ ମଧ୍ୟରେ କରୋନାକୁ ଲଢ଼ିବାର ଏକତା ଦେଖିବାକୁ ମିଳିବ ଏବଂ କରୋନାର ଯୁଦ୍ଧରେ ଭାରତ ବିଜୟୀ ହୋଇପାରିବ ବୋଲି ମୋଦୀ କହିଛନ୍ତି।

Comment