ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କଟକବାସୀଙ୍କୁ ଆଶ୍ୱସ୍ତି ମିଳିଛି। କଟକର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୧୯ ଜଣଙ୍କ ରକ୍ତ ନମୁନା ନେଗେଟିଭ୍‌ ଆସିଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

‘‘କଟକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୯ ଜଣ ଆସିଥିଲେ। ସେମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି’’, କହିଛନ୍ତି ଜିଲ୍ଲାପାଳ।

ଗତ ୩ ତାରିଖରେ କଟକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ସାରା କଟକବାସୀଙ୍କ ମନରେ ଛନକା ପଶିଥିଲା। ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ ତାକୁ ନେଇ ଚିନ୍ତା ବଢ଼ିଥିଲା। କଟକ ମହାନଗର ନିଗମ କର୍ତ୍ତୃପକ୍ଷ କଟକ ପଟ୍ଟାପୋଲ ଅଞ୍ଚଳକୁ ସିଲ୍‌ କରି ଛାନ୍‌ଭିନ୍‌ କରିଥିଲେ। ଘର ଘର ବୁଲି ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏସବୁ ରିପୋର୍ଟ ନେଗେଟିଭ୍‌ ଆସିଛି।

ଜିଲ୍ଲାପାଳ କଯକବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରିଛନ୍ତି।

corona awarenessକଟକ ଜିଲ୍ଲାରେ ନିଶ୍ଚିନ୍ତକୋଇଲି ବ୍ଲକର ଜୟରାମପୁର ପଞ୍ଚାୟତର ୧ ନମ୍ବର ୱାର୍ଡ ଏବଂ ସାଲେପୁର ବ୍ଲକର ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର ୱାର୍ଡକୁ ସିଲ୍‌ କରିଛି ପ୍ରଶାସନ। ଯାଜପୁରର କରୋନା ଆକ୍ରାନ୍ତ ଏହି ଅଞ୍ଚଳ ଗସ୍ତରେ କିଛିଦିନ ତଳେ ଆସିଥିବାରୁ ପ୍ରଶାସନ ଏହାକୁ ସିଲ୍‌ କରିଥିବା ଜିଲ୍ଲାପାଳ କହିଛନ୍ତି।

Comment