ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ୩୪ ଲକ୍ଷ ୨୦ ହଜାର ଟଙ୍କା ଦାନ କଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ସୋମବାର ସେ ପିଏମ୍ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିଙ୍କୁ ଏହି ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ଦରମାରୁ ୨୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏଥିସହ ସେ ୧୩ ଲକ୍ଷ ୨୦ ହଜାର ଟଙ୍କା ପିଏମ୍ କେୟାର୍ ଫଣ୍ଡକୁ ପ୍ରଦାନ କରିଛନ୍ତି।ଏଥିସହିତ ସେ ସାଧାରଣ ଲୋକମାନଙ୍କୁ ମଧ୍ୟ କରୋନା ପାଇଁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ କରିଛନ୍ତି। ଲୋକମାନେ ମୁକ୍ତ ହସ୍ତରେ ଏଥିପାଇଁ ଦାନ କରିବାକୁ ସେ ଆହ୍ୱାନ କରିଛନ୍ତି।

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍ ମାରାତ୍ମକ ରୂପ ଧାରଣ କରିଛି। ଭାରତ ସରକାର ମଧ୍ୟ ଏଥିପ୍ରତି ଯତ୍ନବାନ ହେଉଛନ୍ତି। ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକମାନଙ୍କୁ କରୋନା ପାଇଁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ କରିଥିଲେ।

Comment