ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୧ କ୍ରିକେଟ୍ ବିଶ୍ୱକପକୁ ଇତିମଧ୍ୟରେ ୯ ବର୍ଷ ପୂରଣ ହୋଇଯାଇଛି। ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇଥିଲା। ଫାଇନାଲ ମ୍ୟାଚରେ ଧୋନୀ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଭାରତକୁ ବିଶ୍ୱବିଜୟୀ କରାଇଥିଲେ। ତେବେ ଏହା ପଛରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହାତ ଥିଲା ବୋଲି ଜଣାପଡ଼ିଛି।

ଏହି କଥାକୁ ସଚିନ ନିଜେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀଲଙ୍କା ବୋଲରଙ୍କୁ ମାତ୍ ଦେବା ପାଇଁ ଫାଇନାଲ୍ ମ୍ୟାଚରେ ସେମାନେ ବାମ ଓ ଡାହାଣ ହାତର ଯୋଡ଼ି ଖୋଜୁଥିଲେ। ଗୌତମ ଗମ୍ଭୀର ସେ ସମୟରେ ଚମତ୍କାର ବ୍ୟାଟିଂ କରୁଥିଲେ। ତେଣୁ ତାଙ୍କ ସହ ଧୋନୀ ହିଁ ସଠିକ୍ ପାର୍ଟନର ହେବେ ବୋଲି ସଚିନ ସେ ସମୟର କୋଚ୍ ଗ୍ୟାରି କର୍ଷ୍ଟନଙ୍କୁ କହିଥିଲେ। ଧୋନୀ ବି ସେ କଥାରେ ରାଜି ହୋଇଯାଇଥିଲେ।

ଏହାପରେ ବିରାଟ କୋହଲି ଆଉଟ୍ ହେବା ପରେ ଧୋନୀ ବିଶ୍ୱକପ୍ ଫାଇନାଲରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ମ୍ୟାଚରେ ଧୋନୀ ୯୧ ରନର ଦମଦାର ଇଂନିସ ଖେଳି ଭାରତକୁ ଚାମ୍ପିୟନ  କରାଇଥିଲେ।

Comment