ଓଡ଼ିଶାଲାଇଭ୍ ବ୍ୟୁରୋ

ଏମ୍ସ ଗୌହାଟୀ ଆନାଟୋମୀ, ବାୟୋ କେମେଷ୍ଟ୍ରୀ ଆଦି ବିଭିନ୍ନ ବିଭାଗରେ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

  • ଏହି ନିଯୁକ୍ତି ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଦିଆଯିବ।
  • ଏମ୍ସ ଗୌହାଟୀ ପାଇଁ ଏମ୍ସ ଭୁବନେଶ୍ଵର ପରାମର୍ଶଦାତା ସଂସ୍ଥା ରୂପେ ନାମିତ ହୋଇଛି। ତେଣୁ ଏମ୍ସ ଗୌହାଟୀ ତରଫରୁ ଏମ୍ସ ଭୁବନେଶ୍ଵର ଏହି ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି।

ପଦବୀ ବିବରଣୀ:

  • ପ୍ରଫେସର- ୪ଟି ପଦବୀ
  • ଆଡିସନାଲ ପ୍ରଫେସର- ୪ଟି ପଦବୀ
  • ଆସୋସିଏଟ୍‌ ପ୍ରଫେସର- ୪ଟି ପଦବୀ
  • ଆସିଷ୍ଟାଣ୍ଟ ପ୍ରଫେସର- ୧୨ଟି ପଦବୀ

ବିଭାଗ– ଆନାଟୋମୀ, ବାୟୋକେମେଷ୍ଟ୍ରୀ, କମ୍ୟୁନିଟି ଆଣ୍ଡ ଫାମିଲି ମେଡିସିନ୍‌, ଫିଜିଓଲୋଜୀ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ଏମ୍ସ ଭୁବନେଶ୍ଵରର ଓ୍ଵାବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ବଢ଼ିବାର ସୂଚନା ମାର୍ଚ୍ଚ ୩୧ ତାରିଖରେ ଓ୍ୱେବସାଇଟରେ ପ୍ରକାଶ ପାଇଥିଲା। ଏହାର ୩୦ ଦିନ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ aiimsbhubaneswar.nic.in ରେ ଲଗ୍‌ଇନ୍‌ କରନ୍ତୁ।

Source: www.chakiri.plus

Comment