ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଢେଙ୍କାନାଳ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାପାଳ ଏନେଇ ଅଧିକ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣଙ୍କର କୌଣସି ବିଦେଶ କିମ୍ବା ଅନ୍ୟ ରାଜ୍ୟଗସ୍ତ ସୂଚନା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ସେ କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲାରେ ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ତାଙ୍କର କୌଣସି ପ୍ରକାର ବିଦେଶ କିମ୍ବା ଅନ୍ୟ ରାଜ୍ୟଗସ୍ତରେ ଯିବା ସୂଚନା ନାହିଁ। ତେବେ ସେ ବାହାରୁ ଆସିଥିବା କିଛି ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।corona

ସେଥିପାଇଁ ଉକ୍ତ ମହିଳାଙ୍କ ସହିତ ୧୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହାପରେ ତାଙ୍କର ନମୁନା ପରୀକ୍ଷା କରାଯିବାରୁ ଏହି ମହିଳାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ୫/୬ ଦିନ ପରେ ଆଉ ଥରେ ରିପୋର୍ଟ ଆସିଲେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗୁରୁବାର ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି।

Comment