ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଏମିତି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ ଢେର ଚର୍ଚ୍ଚିତ ହୋଇଛି, ମାତ୍ର ସଫଳ ହୋଇ ପାରିନି। ଆଜି ଆମେ ବଲିଉଡର ସେମିତି କିଛି ଯୋଡ଼ି ବିଷୟରେ କହିବୁ ଯେଉଁମାନଙ୍କ ପ୍ରେମ କାହଣୀ ଅଧୁରା ରହିଯାଇଛି।
ଅକ୍ଷୟ କୁମାର –ଶିଳ୍ପା ସେଟ୍ଟୀ
ଦିନେ ଖିଲାଡ଼ି କୁମାର ଅକ୍ଷୟ ଓ ଶିଳ୍ପା ସେଟ୍ଟୀଙ୍କ ଲଭ୍ଷ୍ଟୋରୀ ଚର୍ଚ୍ଚାରେ ଥିଲା। ମାତ୍ର ସେମାନଙ୍କ ସଂପର୍କ ସଫଳ ହୋଇପାରିନଥିଲା। ଅକ୍ଷୟ ଚାହୁଁଥିଲେ ବିବାହ ପରେ ଶିଳ୍ପା ଆଉ ଫିଲ୍ମରେ କାମ ନକରନ୍ତୁ। ହେଲେ ଶିଳ୍ପା ଏଥିରେ ରାଜି ହୋଇନଥିଲେ। ଫଳରେ ଦୁଇଜଣଙ୍କ ସଂପର୍କ ଭାଙ୍ଗୀ ଯାଇଥିଲା।
ସଲମାନ- ଐଶ୍ୱର୍ଯ୍ୟା
ନବେ ଦଶକରେ ସଲମାନ ଓ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ସଂପର୍କକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ହେଲେ କୌଣସି କାରଣରୁ ଉଭୟ ଅଲଗା ହୋଇ ଯାଇଥିଲେ। ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ସଲମାନ ଏବେବି ଅବିବାହିତ ଅଛନ୍ତି।
ରଣବୀର କପୁର- ଦୀପିକା ପାଦୁକୋନ
ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ ଯୋଡ଼ି ସବୁଠୁ ଅଧିକ ଚର୍ଚ୍ଚିତ ଥିଲା। ହେଲେ ସେମାନଙ୍କ ସଂପର୍କ ବି ସଫଳ ହେଲାନି। ଦୀପିକା ରଣବୀର ସିଂହଙ୍କୁ ବିବାହ କରିଛନ୍ତି। ଏବେ ରଣବୀର କପୁରଙ୍କ ନାଁ ଆଲିୟା ଭଟ୍ଟଙ୍କ ସହ ଯୋଡ଼ି ହୋଇଛି।
କରୀନା କପୁର-ଶାହିଦ କପୁର
୨୦୦୪ରେ ପ୍ରଥମ ଥର ଲାଗି ଶାହିଦ୍ କପୁର, କରୀନା କପୁର ଫିଦା ଫିଲ୍ମରେ ନଜର ଆସିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଦୁହେଁ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଏକାଠି ନଜର ଆସିଥିଲେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେମାନଙ୍କ ଅଲଗା ହେବାର କାରଣ ଜଣାପଡ଼ି ନାହିଁ। କରୀନା ସେଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିଛନ୍ତି।