ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରେ ବସି ମାସ୍କ ତିଆରି କରିବାକୁ ଓ ପରିଚିତ ଲୋକଙ୍କୁ ତାହା ଦେବା ପାଇଁ  କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଅନୁରୋଧ କରିଥିଲେ। ଆଜି ସେ ନିଜେ ତାହାକୁ କାମରେ ଲଗାଇଛନ୍ତି।

ମାସ୍କ ନଥିଲେ ଗାମୁଛା ବି ମୁହଁରେ ବାନ୍ଧିବାକୁ ସେ ଅନୁରୋଧ କରିଥିଲେ। ଶନିବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫେରେନ୍ସିଂରେ କଥାବାର୍ତ୍ତା କରିବା ସମୟରେ ମୋଦୀ ମୁହଁରେ ଗାମୁଛା ବାନ୍ଧି ଆଲୋଚନା କରିଥିଲେ।

coronaଉତ୍ତରପ୍ରଦେଶର ଲୋକଙ୍କୁ ମୋଦୀ ମାସ୍କ ନୁହେଁ ଗାମୁଛା ବାନ୍ଧ ବୋଲି ପରାମର୍ଶ ଦେଇଥିଲେ। ମୋଦୀ ନିଜ ଗାମୁଛାରେ ତିଆରି କରିଥିବା ମାସ୍କ ପିନ୍ଧି ଭିଡିଓ କନଫେରେନ୍ସିଂରେ ବସିବା ଦେଖାଯାଇଥିଲା। ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ମାସ୍କ ପିନ୍ଧି ଏଥିରେ ଭାଗ ନେଇଥିଲେ।

Comment