ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମାତ୍ର ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୪ ଲୋକଙ୍କ ଜୀବନ ନେଲାଣି କରୋନା ଭାଇରସ। ଏଥିସହ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଆହୁରି ୯୦୯ ବୃଦ୍ଧି ପାଇଛି। ରବିବାର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୫୬ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ୭୩୬୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ନେଇ ସୂଚନା ମିଳିଛି।

ସେହିଭଳି ବିଶ୍ୱସ୍ତରରେ ମଧ୍ୟ ୨୧୦ଟି ଦେଶ ଉପରେ କରୋନା ନିଜର କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଏକ ଲକ୍ଷ ୮ ହଜାର ୮୨୮ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିସାରିଲେଣି। ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ତ୍ତମାନ ସ୍ଥିତି ବହୁତ ଖରାପ ଥିବାବେଳେ ସେଠାରେ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଛି।

corona awareness

ଓଡ଼ିଶାରେ ମଧ୍ୟ ଶନିବାର ରାତିରେ ଆଉ ଚାରିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସୂଚନା ମିଳିଛି।

Comment