ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ମେ’ ୩ ତାରିଖ ଯାଏଁ ସାରା ଦେଶରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ପାଇଁ ଲକ୍‌ଡାଇନ୍‌ ବଢ଼ାଇବା ନିହାତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମୋଦୀ କହିଛନ୍ତି।

ଏପ୍ରିଲ ୨୦ ତାରିଖ ଯାଏଁ ଲକ୍‌ଡାଉନ୍‌ ନିୟମ ଦେଶର ବିଭିନ୍ନ ରାଜ୍ୟ, ଜିଲ୍ଲା, ଗାଁରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଏପ୍ରିଲ ୨୦ ପରେ ଯେଉଁ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବ ସେଠାରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯିବ। ନଚେତ୍‌ ମେ’ ୩ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି ମୋଦୀ କହିଛନ୍ତି।

ପୂର୍ବରୁ ୫ ରାଜ୍ୟ ଏପ୍ରିଲ ୩୦ ତାରିଖ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିଥିଲେ। ଓଡ଼ିଶା ଏହି ଅବଧି ପ୍ରଥମେ ବଢ଼ାଇଥିଲା। ପରେ ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ଲକ୍‌ଡାଉନ୍‌ ବଢ଼ାଯାଇଥିଲା।

ଆଜି ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଶେଷ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ।

coronaମୋଦୀ କହିଥିଲେ, ‘‘ଦେଶରେ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଣୁ ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ। ଯିଏ ଯେଉଁଠି ଅଛନ୍ତି ସେଠି ରହନ୍ତୁ। ମେ’ ୩ ଯାଏଁ ଲକ୍‌ଡାଉନ୍‌ ନିୟମ ପାଳନ କରନ୍ତୁ।’’

Comment