ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ଦେଶରେ ଲକଡାଉନକୁ ମେ’ ୩କୁ ବୃଦ୍ଧି କରିବା ପରେ ସୋସିଆଲ୍ ମିଡିଆରେ ନିଜର ଫୋଟ ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନୂଆ ଫଟୋରେ ସେ ମୁହଁରେ କପଡା ଦେଇଥିବା ଦେଖିବାକୁ ମିଳିଛି।

ସାରା ଦେଶ ଏବେ କରୋନା ଯୁଦ୍ଧ ଲଢୁଛି। ତେଣୁ ଲୋକମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ମୋଦୀ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଦୂରତା ପାଳନ କରିବା ସହିତ ମୁହଁରେ ମାସ୍କ ପିନ୍ଧିବା ଦ୍ୱାରା ହିଁ କରୋନା ଭାଇରସକୁ ଦୂରେଇ ରଖାଯାଇପାରିବ ବୋଲି ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଏଥିସହିତ ତାଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧମଧ୍ୟ କରିଛନ୍ତି। ଏହି କ୍ରମରେ ସେ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟର ଏହି ଫଟୋକୁ ପରିବର୍ତ୍ତନ କରିଛନ୍ତି।

ଫେସବୁକ ସହିତ ଟୁଇଟରରେ ମଧ୍ୟ ସେ ନିଜର ଫଟୋକୁ ବଦଳାଇଛନ୍ତି। ତାଙ୍କ ସହିତ ବିଜେପିର ଅନେକ ନେତା ମଧ୍ୟ ଏହାକୁ ଫଲୋ କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସୋସିଆଲ୍ ମିଡିଆରେ ତାଙ୍କର ଫଟୋ ବଦଳାଇଛନ୍ତି।

Comment