ଓଡ଼ିଶାଲାଇଭ ବ୍ୟୁରୋ

ନାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (NALCO) ର ଫାଇନାନ୍ସ ବିଭାଗରେ ମ୍ୟାନେଜ୍‌ମେଣ୍ଟ ଟ୍ରେନି ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୧୮ ପରିବର୍ତ୍ତେ ମେ ୨ ଯାଏଁ ଆବେଦନ କରିପାରିବେ।

ମ୍ୟାନେଜ୍‌ମେଣ୍ଟ ଟ୍ରେନି (ଫାଇନାନ୍ସ):

  • ଶିକ୍ଷାଗତ ଯୋଗ୍ୟତା- ଆଇସିଏଆଇ (ICAI) ରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ୍‌ ଆକାଉଣ୍ଟାଣ୍ଟ କରିଥିବେ।
  • ବୟସ ସୀମା- ୨୦୨୦ ଫେବ୍ରୁଆରି ୧୯ ସୁଦ୍ଧା ୩୦ ବର୍ଷରୁ କମ୍‌ ବୟସ୍କ
  • ଦରମା- ୪୦,୦୦୦ରୁ ୧,୪୦,୦୦୦ ଟଙ୍କା
  • ଆବେଦନ ଶୁଳ୍କ- ୫୦୦ ଟଙ୍କା

ଆସିଷ୍ଟାଣ୍ଟ ମ୍ୟାନେଜର:

  • ଶିକ୍ଷାଗତ ଯୋଗ୍ୟତା- ଆଇସିଏଆଇ (ICAI) ରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ୍‌ ଆକାଉଣ୍ଟାଣ୍ଟରେ ଡିଗ୍ରୀ ହାସଲ କରିବା ସହ ଅଭିଜ୍ଞତା ଥିବ।
  • ବୟସ ସୀମା- ୨୦୨୦ ଫେବ୍ରୁଆରି ୧୯ ସୁଦ୍ଧା ୪୪ ବର୍ଷରୁ କମ୍‌ ବୟସ୍କ
  • ଦରମା- ୭୦,୦୦୦ରୁ ୨,୦୦,୦୦୦ ଟଙ୍କା
  • ଆବେଦନ ଶୁଳ୍କ- ୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନାଲ୍‌କୋ ଓ୍ଵେବ୍‌ସାଇଟ୍‌ରୁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ ପରେ ଆବେଦନପତ୍ରର ପ୍ରିନ୍ଟ ବାହାର କରି ମାର୍ଚ୍ଚ ୨୫ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।

ଠିକଣା– ରିକ୍ରୁଟ୍‌ମେଣ୍ଟ ସେଲ୍‌, ଏଚ୍‌ଆର୍‌ଡି ଡିପାର୍ଟମେଣ୍ଟ, ନାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌, ନାଲକୋ ଭବନ, ପି/୧, ନୟାପଲ୍ଲୀ, ଭୁବନେଶ୍ଵର-୭୫୧୦୧୩

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ nalcoindia.com ରେ ଲଗ୍‌ଇନ୍‌ କରନ୍ତୁ।

source – www.odisha.live 

Comment