ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରକୁ ନେଇ ପୁଣି ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଯଦି ଏଥର ଆଇପିଏଲ ନହୁଏ ତେବେ ଆଗକୁ ଭାରତୀୟ ଟିମ୍‌ରେ ଖେଳିବା ତାଙ୍କ ପାଇଁ ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ଗତ ୯ ମାସ ହେବ ଧୋନୀ ଭାରତୀୟ କ୍ରିକେଟ ଟିମ୍‌ରୁ ଦୂରେଇ ରହିଛନ୍ତି।

୨୦୧୯ ବିଶ୍ଵକପ ପରେ କ୍ରିକେଟରୁ ଦୂରେଇଛନ୍ତି ଧୋନୀ। ସେବେଠାରୁ ତାଙ୍କ ଅବସରକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି। ହେଲେ ଆଇପିଏଲ ତାଙ୍କ ପାଇଁ ଏକ ସୁଯୋଗ ଥିଲା। ଯଦି ସେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥାନ୍ତେ ତେବେ ତାଙ୍କୁ ଆଗାମୀ ଟି-୨୦ ବିଶ୍ଵକପରେ ସ୍ଥାନ ମିଳି ପାରିଥାନ୍ତା। ହେଲେ ଆଇପିଏଲ ନେହେଲେ ସେ ଏକ ବଡ଼ କ୍ଷତି ସହି ପାରନ୍ତି।

ଆଗାମୀ ଟି-୨୦ ବିଶ୍ଵକପ ଧୋନୀହ୍କ ଶେଷ ବିଶ୍ଵକପ ବୋଲି କହାଯାଉଛି। ଏହି ବିଶ୍ଵକପ ପରେ ଧୋନୀ ଅବସର ନେଇପାରନ୍ତି ବୋଲି କୁହାଯାଉଛି। ଯଦି ବିଶ୍ଵକପରେ ସେ ସ୍ଥାନ ନପାଇଲେ ତେବେ ତାଙ୍କ କ୍ୟାରିୟର ଶେଷ ହେବାର ସମ୍ଭାବନା ରହିଛି।

କରୋନା ଭାଇରସ ଯୋଗୁ ସାରା ଦେଶ ଏବେ ଲକ୍‌ଡାଉନ୍‌ ରହିଛି। ତେଣୁ ଆଇପିଏଲ ଖେଳାଯିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଗତ ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ ହେବାର ଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ପୁଣି ଲକ୍‌ଡାଉନ୍‌ ଘୁଞ୍ଚିବା ପରେ ଏବେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆଇପିଏଲକୁ ସ୍ଥଗିତ ରଖାଯାଇଛି।

Comment