ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଜାଣନ୍ତୁ, ଓଡ଼ିଶା ସହିତ ବିଶ୍ୱ ଓ ଦେଶରେ କ’ଣ ରହିଛି କରୋନା ସ୍ଥିତି?
ଓଡ଼ିଶାରେ କରୋନା
- ରାଜ୍ୟରେ ୨୪ଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ୍ କାର୍ଯ୍ୟକ୍ଷମ।
- ୨୪ ହସ୍ପିଟାଲରେ ରହିଛି ୩୯୫୧ଟି ବେଡ୍ ଓ ୨୯୩ଟି ଆଇସିୟୁ।
- ଖୁବଶୀଘ୍ର ରାଜ୍ୟରେ ଆଉ ୧୧ଟି କରୋନା ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି।
- ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।
- ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୭୪୩ଟି ନମୁନା ପରୀକ୍ଷଣ।
- କରୋନା ପଜିଟିଭ୍ ସଂଖ୍ୟା ୬୦ରେ ରହିଛି।
- ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ, ଜଣେ ମୃତ।
- ରାଜ୍ୟରେ ଏବେ ୪୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।
- ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋକ୍ସିଲ୍ କ୍ଲୋରକୁଇନ୍ ବଟିକା ଖାଆନ୍ତୁ ନାହିଁ।
- ମହିଳାମାନଙ୍କୁ ଘରୋଇ ହଂସାରୁ ରୋକିବା ପାଇଁ ହେଲପଲାଇନ୍ ନମ୍ବର ଜାରି।
- ୧୮୧ ନମ୍ବରକୁ ଫୋନ କରି ଅଭିଯୋଗ କରିପାରିବେ।
- ୭୨୦୫୦୦୬୦୩୯ ହ୍ୱାଟ୍ସଆପ୍ ନମ୍ବରରେ ଅଭିଯୋଗ କରିପାରିବେ।
ବିଶ୍ୱ ଓ ଦେଶରେ କରୋନା
- ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୧୪ ।
- ଦେଶରେ ୧୨,୩୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ।
- ୧୪୮୮ ଜଣ ବ୍ୟକ୍ତି କରୋନା କବଳରୁ ସୁସ୍ଥ ହୋଇଛନ୍ତି।
- ଦେଶରେ ଏବେ ୧୦,୪୭୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
- ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ।
- ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୯,୨୭୩ ।
- ବିଶ୍ୱରେ କରୋନାରେ ମୃତ୍ୟୁସଂଖ୍ୟା ୧,୩୪,୭୮୦।

କରୋନା ଓ ଲକଡାଉନ୍ ସମୟରେ ଧ୍ୟାନରେ ରଖନ୍ତୁ ୧୨ଟି କଥା
- ଖରାପ ପରିସ୍ଥିତିକୁ ଗ୍ରହଣ କରନ୍ତୁ।
- ପ୍ରଶାସନ ଉପରେ ଭରସା ଓ ଆଶା ରଖନ୍ତୁ।
- ଭୟ ଓ ଆଶଙ୍କାରେ ରୁହନ୍ତୁ ନାହିଁ।
- ମନୋମାଳିନ୍ୟ ଭୁଲି ଏକଜୁଟ୍ ହୋଇ କାମ କରନ୍ତୁ।
- ଘରର ସୀମାରେଖାରେ ରହି ଅଫିସ୍ କାମ, ଘର କାମ କରନ୍ତୁ।
- ବ୍ୟକ୍ତିଗତ ତ୍ୟାଗର ସମୟ ଆସିଛି, ସେଥପ୍ରତି ପ୍ରସ୍ତୁତ ରୁହନ୍ତୁ।
- ବିପଦରେ ଅଛନ୍ତି ବୋଲି ଭାବନ୍ତୁ ନାହିଁ।
- ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ।
- ମିଥ୍ୟା ଆଶ୍ୱାସନା ପାଇଁ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
- ସଂକ୍ରମିତ ରୋଗୀ ଓ ତାଙ୍କର ପରିବାରକୁ ଦୋଷୀ ବୋଲି ଭାବନ୍ତୁ ନାହିଁ।
- ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସମ୍ମାନ କରନ୍ତୁ।
- ଗୋଟିଏ ରୁଟିନ୍ ପ୍ରସ୍ତୁତ କରି ସେହି ଅନୁସାରେ ସମୟ କାଟନ୍ତୁ।








ଜାଣନ୍ତୁ, ଓଡ଼ିଶା ସହିତ ବିଶ୍ୱ ଓ ଦେଶରେ କ’ଣ ରହିଛି କରୋନା ସ୍ଥିତି? 









