ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ଦିନିକିଆ ଗସ୍ତରେ କୋରାପୁଟ ଆସିଛନ୍ତି ପୋଲିସ ଡିଜି ଅଭୟ। ପ୍ରଥମେ ହେଲିପ୍ୟାଡରେ ପହଞ୍ଚି ଥିଲେ। ପରେ ଡିଆଇଜି ଅଫିସ ଯାଇ ଆଇନ ଶୃଙ୍ଖଳା ଓ କୋରାନା ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ପଦକ୍ଷେପକୁ କିପରି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କାର୍ଯ୍ୟ କରୁଛନ୍ତି ତାକୁ ସମୀକ୍ଷା କରିଥିଲେ।

ଏହାସହ ବିଭିନ୍ନ ପୋଲିସ ବାରାକ ବି ବୁଲି ଦେଖିଥିଲେ। ତାଙ୍କ ସହ ରାଜ୍ୟର ଅନ୍ୟାନ୍ୟ ପୋଲିସ ଅଧିକାରୀ ଆସିଥିବା ବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ମଧ୍ୟ ଥିଲେ। ଡିଜିଙ୍କ ଗସ୍ତକୁ ଆଖି ଆଗରେ ରଖି ପୋଲିସ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରି ଥିଲା।

କୋରପୁଟ ସହରରେ ଲକ୍‌ଡାଉନ୍‌ରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ମନୋବଳ ବଢ଼ାଇଥିଲେ ଡିଜିପି ଅଭୟ। ଏହାସହ ସହରରେ ସୁରକ୍ଷା ପାଇଁ ନିୟୋଜିତ ଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ।

Comment