ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସରକାର ନିଷ୍ପତ୍ତି ନେବା ପରେ ହିଁ ବିମାନସେବା କମ୍ପାନି ବୁକିଂ ଆରମ୍ଭ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।

ମେ’ ୪ରୁ ଏୟାର ଇଣ୍ଡିଆ ଘରୋଇ ବିମାନସେବା ଆରମ୍ଭ କରିବ ବୋଲି ସୂଚନା ଦେଇଥିଲା। ଏନେଇ ବୁକିଂ ଆରମ୍ଭ କରିଥିଲା। ଜୁନ୍ ପହିଲାରୁ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବ ବୋଲି ଏୟାର ଇଣ୍ଡିଆ କମ୍ପାନି ଗତକାଲି ସ୍ପଷ୍ଟ କରିଥିଲା।

କିଛିଦିନ ତଳେ ଇଣ୍ଡିଗୋ କମ୍ପାନି ମଧ୍ୟ ବିମାନସେବା ଆରମ୍ଭ କରିବ ବୋଲି ସୂଚନା ଦେଇଥିଲା।

coronaମାର୍ଚ୍ଚ ୨୪ରୁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହେବା ପରଠୁ ବିମାନ ଚଳାଚଳ ବାତିଲ କରାଯାଇଥିଲା। ଏପ୍ରିଲ ୧୪ରେ ପୁଣି ଥରେ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ ରହିଛି।

Comment