ଓଡ଼ିଶାଲାଇଭ ବ୍ୟୁରୋ

ଲୋକପ୍ରିୟ କାର୍ଟୁନ ‘ଟମ୍‌ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍‌ ଡାଇଚଙ୍କ ୯୫ ବର୍ଷରେ ଦେହାନ୍ତ।

ଲୋକପ୍ରିୟ କାର୍ଟୁନ ‘ଟମ୍‌ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍‌ ଡାଇଚଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୬ ଏପ୍ରିଲରେ ଡାଇଚଙ୍କ ମୃତ୍ୟୁ ତାଙ୍କ ବାସଭବନରେ ହୋଇଥିଲା।

ସାରା ଦୁନିଆକୁ କାର୍ଟୁନ ଦେଖାଇବାରେ ମସଗୁଲ କରିଥିବା ଜିନ୍‌ ଡାଇଚ ପୂର୍ବରୁ ଉତ୍ତର ଆମେରିକାରେ ସେନା ସହିତ ଜଡ଼ିତ ଥିଲେ। ସେ ସେଠାରେ ପାଇଲଟମାନଙ୍କୁ ତାଲିମ୍‌ ଦେଉଥିଲେ ଓ ସେନା ଡ୍ରାଫ୍ଟମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ୧୯୪୪ ମସିହାରେ ସେନାରୁ ହଟାଇ ଦିଆଯାଇଥିଲା।

ଏହାପରେ ଆନିମେସନ୍‌ ଦୁନିଆରେ ପାଦ ଦେଇଥିଲେ। ଏହି ସମୟରେ ସେ ସାରା ବିଶ୍ଵକୁ ଟମ୍‌ ଆଣ୍ଡ ଜେରୀ ଭଳି କାର୍ଟୁନ ସହ ପରିଚୟ କରାଇଥିଲେ। ସେ ଅନେକ କର୍ଟୁନ ଚଳିଚ୍ଚିତ୍ର କରିଥିଲେ, ହେଲେ ସବୁଠାରୁ ଲୋକପ୍ରିୟ ହୋଇଥିଲା ଟମ୍‌ ଆଣ୍ଡ ଜେରୀ ଓ ପପି ସେଲର ମ୍ୟାନ। ନିର୍ଦ୍ଦେଶନା ପାଇଁ ସେ ୪ ଥର ଓସ୍କାର ବିଜେତା ମଧ୍ୟ ହୋଇଛନ୍ତି।

ଟମ୍‌ ଆଣ୍ଡ ଜେରୀ

ଟମ୍‌ ଆଣ୍ଡ ଜେରୀ ଏକ ଲୋକ ପ୍ରିୟ କାର୍ଟୁନ। ଏହାକୁ ସବୁ ବୟସର ଲୋକ ଖୁବ ପସନ୍ଦ କରନ୍ତି। ଏହି କାର୍ଟୁନର କାହାଣୀ ମୁଖ୍ୟତଃ ମୂଷା ଓ ବିଲେଇର ଲଢ଼େଇକୁ ନେଇ ହୋଇଛି। ଟମ୍‌ ବିଲେଇ ଓ ଜେରୀକୁ ମୂଷା ଭାବରେ ଏଥିରେ ଦେଖାଯାଇଛି। ବିନା ସଂଳାପରେ ଏହା କେବଳ ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ପ୍ରଦର୍ଶିତ କରାଯାଏ।

Comment