ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ହଟିଲା କଣ୍ଟେନମେଣ୍ଟ କଟକଣା। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗର ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇ ଦିଆଯାଇଥିବା ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଅଞ୍ଚଳରୁ ଆଉ କୌଣସି ନୂଆ କେସ୍‌ ଆସି ନଥିବାରୁ ବିଏମ୍‌ସି କଣ୍ଟେନମେଣ୍ଟ କଟକଣା ହଟାଇ ଦେଇଛି।

ପୂର୍ବରୁ ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ଉଠିଥିଲା। ଏସବୁ ଅଞ୍ଚଳରୁ କଣ୍ଟେନମେଣ୍ଟ ଉଠିଥିଲେ ବି ଲକ୍‌ଡାଉନ୍‌ ଜାରି ରହିବ। ଏହାସହ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ।

coronaଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୧୫ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୂର୍ଯ୍ୟନଗରରୁ ୮ ଏବଂ ସତ୍ୟନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏସବୁ ଅଞ୍ଚଳରେ ସଂକ୍ରମଣ ନବ୍ୟାପିବା ପାଇଁ ବଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା।

ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ଭିତରୁ ୨୧ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here