ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ସଚିବ ଜୟପୁରସ୍ଥିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ସ୍ଵତନ୍ତ୍ର ବିମାନ ଯୋଗେ 5T ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିସନର ସୁରେଶ ମହାପାତ୍ର କୋରାପୁଟରେ ପହଞ୍ଚିଥିଲେ।

ଏହାପରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରାଙ୍କ ସହ ଆଲୋଚନା କରିଥିଲେ। ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆଇସିୟୁ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି।

ବର୍ତ୍ତମାନ କୋରାପୁଟ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାର ପଜିଟିଭ ରିପୋର୍ଟ ବାହାରି ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ଆଗୁଆ ପଦକ୍ଷେପ ସ୍ୱରୂପ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି।

Comment