ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସିଲ୍ ହେଲା ଦିଲ୍ଲୀର ବାବୁ ଗଜଜୀବନ ରାମ ହସ୍ପିଟାଲ। ହସ୍ପିଟାଲରେ ଆଜି ପୁଣି ଡାକ୍ତରଙ୍କ ସମେତ ୭ ମେଡିକାଲ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ମଧ୍ୟ ହସ୍ପିଟାଲରୁ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଏହି ହସ୍ପିଟାଲରୁ ମୋଟ୍ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଛତ୍ରପୁର ନିକଟ ହୋଲା ଗ୍ରାମରେ ରହୁଥିବା ଜଣେ ଏମ୍ସ କର୍ମଚାରୀ କରୋନା ସଂକ୍ରମିତ ହେଉଛନ୍ତି। ପରେ ସେହି ବିଲ୍ଡିଂରେ ରହୁଥିବା ଏମ୍ସର ୧୦୦ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ୍ରେ ରଖାଯାଇଛି।
ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୨ ହଜାର ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୦୮ ଜଣ ସୁସ୍ଥ ହୋଇଥିବା ବେଳେ ୫୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଦିଲ୍ଲୀରେ ଏଭଳି କରୋନା ସ୍ଥିତି ସାଂଘାତିକ ରହିଛି।


















