ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା କାରଣରୁ ଗତ ମାର୍ଚ୍ଚ ୨୪ରୁ ଲକଡାଉନ୍ ଜାରି ରହିଛି। ଏକ ମାସରୁ ଅଧିକ ସମୟ ଧରି ଘରେ ରହିବାକୁ ଲୋକେ ବାଧ୍ୟ ହୋଇଛନ୍ତି। କାହା ସାଙ୍ଗେ ଦେଖା ନହେବା, ଘର ଭିତରେ ୨୪ ଘଣ୍ଟା ବନ୍ଦ ରହିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଏହି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବା ପାଇଁ ବଲିଉଡ ଅଭିନେତା ହ୍ରିତିକ ରୋଶନ ତାଙ୍କ ପ୍ରଶଂସକଙ୍କୁ ଏକ ଟିପ୍ସ ଦେଇଛନ୍ତି।

ଇନଷ୍ଟାଗ୍ରାମରେ ହ୍ରିତିକ ନିଜର ଏକ ଫଟୋ ସେୟାର କରି ଏହି ଟିପ୍ସ ଦେଇଛନ୍ତି। ଏହି ଫଟୋରେ ହ୍ରତିକି ସୂର୍ଯ୍ୟକିରଣରେ ବସିଥିବା ଦେଖିବାକୁ ମିଳିଛି। ପ୍ରତିଦିନ ୧୦ ମିନିଟ୍ ପାଇଁ ସୂର୍ଯ୍ୟକିରଣ ନିଅନ୍ତୁ ବୋଲି ହ୍ରିତିକ୍‌ କ୍ୟାପସନରେ ଲେଖିଛନ୍ତି ହ୍ରତିକ।

ହ୍ରିତିକଙ୍କ ପ୍ରଶଂସକମାନେ ତାଙ୍କ ପୋଷ୍ଟକୁ ବେଶ୍‌ ପସନ୍ଦ କରିଛନ୍ତି।

Comment