ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଆଉ ଏକ ତାଜା ଅପଡେଟ୍ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୦,୫୯୯ଟି ନମୁନା ପରୀକ୍ଷା ହୋଇଛି। ଯାହାମଧ୍ୟରୁ ୯୪ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କେବଳ ଶୁକ୍ରବାର ଦିନ ରାଜ୍ୟରେ ମୋଟ ୨୧୪୧ଟି ନମୁନା ପରୀକ୍ଷା ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ରହିଥିବାବେଳେ ୩୩ଜଣ ସୁସ୍ଥ ଓ ୬୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହାପରେ ଭଦ୍ରକରେ ୧୬, ଯାଜପୁରରେ ୧୨ ଓ ବାଲେଶ୍ୱର ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବୟସ ଦୃଷ୍ଟିରୁ ବିଭାଜନ କଲେ ପଜିଟିଭ୍ ଚିହ୍ନଟ ହୋଇଥିବା ୪୫ ପ୍ରତିଶତ ଲୋକ ୧୫ ବର୍ଷରୁ ୪୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ସେହିଭଲି ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ପ୍ରତିଶତ ଲୋକ ୬୦ ବର୍ଷରୁ ଅଧିକ ବର୍ଷର ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସେହିଭଳି ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ପୁରୁଷ ହୋଇଥିବାବେଳେ ୨୭ ଜଣ ମହିଳା ବୋଲି ଜଣାପଡ଼ିଛି।

Comment