ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘କରୋନା ବେଳେ ଚାଷ କାର୍ଯ୍ୟ ଉପରେ କୌଣସି କଟକଣା ନାହିଁ। ଚାଷୀ କିପରି ଜମିକୁ ଯାଇ ଫସଲ ଉତ୍ପାଦନ କରିବ ସେଥିପ୍ରତି କୃଷି ବିଭାଗର ଅଧିକାରୀମାନେ ସଚେତନ ଅଛନ୍ତି। ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। କରୋନା ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ କେହି ଘରୁ ବାହାରୁ ନାହାନ୍ତି। ଚାଷୀମାନେ ମଧ୍ୟ ଘରୁ ବାହାରି ନଥିଲେ। ଫଳରେ ଫସଲ ଅମଳରେ ବାଧା ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ଚାଷୀମାନେ ଘରୁ ବାହାରି ଜମିକୁ ଯାଉଛନ୍ତି

ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଥିଲେ, ‘‘ରବି ୠତୁରେ ଚାଷୀ ବିରି, ମୁଗ, ଧାନ ଏବଂ ବିଭିନ୍ନ ପନିପରିବା ଫସଲ କରିଥିଲା। ପ୍ରଥମ ଦୁଇ ତିନି ସପ୍ତାହ ଧରି ଏହା ଅମଳ ହୋଇପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଥିଲେ। ଏବେ ଚାଷୀ ଫସଲ ଉତ୍ପାଦନ କରି ବିକ୍ରି କରୁଛି। ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ଆମର ଯେତେ ଅଧିକାରୀ ଏବଂ କର୍ମଚାରୀ ଅଛନ୍ତି ସମସ୍ତେ ଚାଷୀଙ୍କୁ ସହଯୋଗ କରୁଛନ୍ତି।’’

ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଦୋକାନ, ବଜାର, ଗମନା ଗମନ, ଶିଳ୍ପ ସଂସ୍ଥା ବନ୍ଦ ରହିଛି। ଫଳରେ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡୁଛି। ଚାଷ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏସବୁ ସତ୍ତ୍ୱେ ଚାଷୀ ଜମିକୁ ଆସୁଛି।

Comment