ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମେ ୩ ପରେ ଲକଡାଉନ ବଢ଼ିବ। ଏମିତି ଏକ ଖବର ଆସୁଛି। ଦେଶରେ କରୋନା ସଂକ୍ରମଣର ଗତି କମିନଥିବା ଦର୍ଶାଇ ଅନେକ ରାଜ୍ୟ ତିନି ତାରିଖ ପରେ ବି ଲକଡାଉନ ଜାରି ରହିବା ଚାହୁଁଛନ୍ତି।

ଦିଲ୍ଲୀ ସରକାର ଆଗରୁ କହିସାରିଛନ୍ତି ଯେ ମେ ୧୬ ପର୍ଯ୍ୟନ୍ତ ଲକଡାଉନ ବଢ଼ାଯାଉ। ଦିଲ୍ଲୀ ପରେ ଶନିବାର ଦିନ ଆହୁରି ୫ ରାଜ୍ୟ କହିଛନ୍ତି ଯେ ସେମାନେ ତାଲା ବନ୍ଦକୁ ଜାରି ରଖିବା ପାଇଁ ଇଛୁକ।

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ,ପଶ୍ଚିମବଙ୍ଗ ଏବଂ ଓଡିଶା ସରକାର ଲକଡାଉନ ବଢ଼ିବା ଦରକାର ବୋଲି କହିଛନ୍ତି। ତେଣେ ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ,ଗୁଜରାଟ ଓ ତାମିଲନାଡୁ ସରକାର କେନ୍ଦ୍ର ନିଷ୍ପତ୍ତିକୁ ମାନିବୁ ବୋଲି କହିଛନ୍ତି। ସୋମବାର ଦିନ ଆଉ କିଛି ରାଜ୍ୟ ସରକାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା କରିବେ। ଏହି ଭିଡ଼ିଓ କନଫରେନ୍ସିଂ ପରେ କିଛି ଗୋଟିଏ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ମୋଟାମୋଟି ,ଅଧିକାଂଶ ରାଜ୍ୟ ଚାହୁଁନାହାନ୍ତି ୩ରେ ଲକଡାଉନ ଉଠୁ। ଏଣୁ ଏହି ଅବଧି ବଢ଼ିବା ଏକ ରକମ ନିଶ୍ଚିତ। ଶୁଣାଯାଉଛି ମେ ୧୮ ପର୍ଯ୍ୟନ୍ତ ଲକଡାଉନ ବଢ଼ିବ।

Comment