ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ଦିଲ୍ଲୀରେ ପୋଲିସ ଉପସ୍ଥିତିରେ ହେଲା ବାହାଘର। ବିବାହ ପରେ ବର କନ୍ୟାଙ୍କୁ ନିଜ ଜିପ୍‌ରେ ବିଦା କଲା ପୋଲିସ।

ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହା ମଧ୍ୟରେ ଲୋକମାନଙ୍କୁ ସବୁ ସମୟରେ ସାହାଯ୍ୟର ହାତ ବଢ଼ାଇଛି ପୋଲିସ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଏଠାରେ ଏକ ବିବାହ ଆୟୋଜନ କରାଯାଇଥିଲା। ବିବାହ ପରେ ପୋଲିସ ନିଜ ଜିପ୍‌ରେ ଝିଅକୁ ବିଦା କରିଥିଲା।

ଦିଲ୍ଲୀର ଗ୍ରେଟର କୈଳାଶ-୧ରେ ଥିବା ଆର୍ଯ୍ୟ ସମାଜ ମନ୍ଦିରରେ ଏହି ବିବାହ ହୋଇଥିଲା। ଏଥିରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧା ନିୟମକୁ ମଧ୍ୟ ପାଳନ କରାଯାଇଛି। ଏହାସହ ଝିଅ ପକ୍ଷରୁ ୫ଜଣ ଓ ପୁଅ ପକ୍ଷରୁ ୫ ଜଣ ଏହି ବିବାହରେ ଯୋଗ ଦେଇଥିଲେ।

ଗୋବିନ୍ଦପୁର ନିବାସୀ ନରେଶ କାଲକାଜୀ ଥାନାରେ ନିଜ ପୁଅର ବିବାହ ପାଇଁ ଅନୁମତି ଆଣିଥିଲେ। ପରେ ପୋଲିସର ସହାୟତାରେ ଏହି ବାହାଘର ସମ୍ପର୍ଣ୍ଣ ହୋଇଥିଲା। ଶେଷରେ ବିବାହ ପରେ ଝିଅକୁ ପୋଲିସ ଗାଡ଼ିରେ ବିଦା କରାଯାଇ ଥିଲା।

Comment