ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ସକାଶେ ରଥକାଠ ଅନୁକୂଳ ହୋଇଛି। ଏହିକ୍ରମରେ ରାୟଗଡ଼ାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମଧ୍ୟ ରଥ ନିର୍ମାଣ ପାଇଁ ଶୁଭ ପଡ଼ିଛି। ରାଜ ପୁରୋହିତ ବାଲୁଙ୍କେଶ୍ୱର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ।

ପ୍ରଥମେ ରାଜ ପୁରୋହିତ ବାଲୁଙ୍କେଶ୍ଵର ଦାସ ପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ଥିଲେ। ଏହାକୁ ରଥ ଖଳାରେ ସ୍ଥାପନ କଲା ପରେ ବିଦ୍ଧି ଅନୁଯାୟୀ ପୂର୍ଣ୍ଣ କୁମ୍ଭ ସ୍ଥାପନ ଓ ହୋମ ଆହୁତି ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିବା ଜଣାପଡିଛି। ଏହି ଅବସରରେ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା ଓ ଅତିରିକ୍ତ ତହସିଲଦାର ସୁନିଲ ଖୋରା ପ୍ରମୁଖ ଉପସ୍ଥିତ ରହିଥିଲେ।

କରୋନା ଲକ୍‌ଡାଉନ୍‌ ଯୋଗୁଁ ଏଥର ପୁରୀ ଶ୍ରୀମନ୍ଦିରରେ ରଥଯାତ୍ରା ହେବ ନା ନାହିଁ ତାକୁ ନେଇ ବେଶ ଆଲୋଚନା ହୋଇଥିଲା। ହେଲେ ଏଥର କଟକଣାର ସହ ପୁରୀ ରଥଯାତ୍ରା ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି।

Comment