ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ଏପ୍ରିଲ୍‌, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ…  

ଯେତେବେଳେ ଓଡ଼ିଆ ଏକ ପଛୁଆ ଜାତି ଭାବେ ବାହାରେ ପରିଚିତ ହେଉଥିଲା ଏବଂ ବ୍ରିଟିଶ୍‌ ସରକାର ଆଗରେ ମୁହଁ ଖୋଲିବାର ସାହସ କରିପାରୁ ନଥିଲା ସେତେବେଳେ ଏ କବିତା ମାଧ୍ୟମରେ ମଂଜ କଥା କହିଥିଲେ ମଧୁ ବାରିଷ୍ଟର।

ତାଙ୍କ ଭାଷାରେ: “ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିଂପା ତୁହି ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିଂପା ଡରୁ?”।

ଏହି ଜାତୀୟ ଗୀତର ସବୁଠାରୁ ବଡ଼ ତଥା ମାର୍ମିକ ପଂକ୍ତିଟି ହେଉଛି: “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ଵାର୍ଥକୁ ସାରଥୀ କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ?”

ତେଣୁ, ତୋଷାମଦ ନୁହେଁ ବରଂ ସତ୍ୟ ଓ ସାହସ ଓଡ଼ିଆ ଜାତିର ଅସଲ ପରିଚୟ ବୋଲି ସେଦିନ ଚେତାଇ ଦେଇଥିଲେ ମଧୁବାବୁ।

ସଂଗୀତ ଓ କଣ୍ଠଦାନ: ବସନ୍ତ ପାତ୍ର

ସଂଗୀତ ପରିଚାଳନା: ସଚ୍ଚିକାନ୍ତ ରତିକାନ୍ତ

ପ୍ରସ୍ତୁତି: ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍

Comment