ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ଅଧିକ ମୁଣ୍ଡ ନେବାରେ ଲାଗିଛି କରୋନା ଭାଇରସ। ଏହାରି ମଧ୍ୟରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ହଜାରେ ଟପିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୩୧ ହଜାର ପାର କଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ବର୍ତ୍ତମାନ ଭାରତରେ ମୋଟ ୩୧ ହଜାର ୩୩୨ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୭ ହଜାର ୬୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୨୨ ହଜାର ୬୨୯ ଜଣ ଚିକିତ୍ସିତ ହେଉଛନ୍ତି। ସେହିଭଳି କରୋନାରେ ମୋଟ ୧୦୦୭ ଜଣକର ଜୀବନ ମଧ୍ୟ ଗଲାଣି ବୋଲି ସୂଚନା ଦିଆଯାଇଛି।
ଗତକାଲି ଭାରତରେ ମୋଟ ୧୮୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଗତକାଲି ୨୪ ଘଣ୍ଟାରେ ମୋଟ ୭୩ ଜଣକର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି।
ଏବେ ସୁଦ୍ଧା ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ୯୩୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪ ଶହ ଲୋକଙ୍କ ଜୀବନ ଯାଇଛି। ଏହା ପଛକୁ ଗୁଜରାଟରେ ୧୮୧, ମଧ୍ୟପ୍ରଦେଶରେ ୧୨୦ ଓ ଦିଲ୍ଲୀରେ ୫୪ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।


















