ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ବୁଧବାର ସୁଦ୍ଧା ବିଶ୍ୱ, ଦେଶ ଓ ରାଜ୍ୟରେ କ’ଣ ରହିଛି କରୋନା ସ୍ଥିତି?
ଓଡ଼ିଶାରେ କରୋନା
- ଭୁବନେଶ୍ୱରରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ।
- କେଉଁଝର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆ କରୋନା ରୋଗୀ ଚିହ୍ନଟ।
- ବାଲେଶ୍ୱରରେ ପୁଣି ୩ ଜଣ କରୋନା ଆକ୍ରାନ୍ତ।
- ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୨୫କୁ ବୃଦ୍ଧି।
- ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯,୧୦୮ଟି ନମୁନା ପରୀକ୍ଷା ହୋଇଛି।
- ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଆକ୍ରାନ୍ତ ସୁସ୍ଥ ହେଲେଣି।
- ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫।
ବିଶ୍ୱ ଓ ଦେଶରେ କରୋନା
- ଦେଶରେ ବର୍ତ୍ତମାନ ସୁଦ୍ଧା ୭,୭୦,୭୬୪ ନମୁନା ପରୀକ୍ଷା ହୋଇଛି।
- ଦେଶରେ ମୋଟ ୩୧,୩୩୨ କରୋନା ପଜିଟିଭ୍ ଚିହ୍ନଟ।
- କରୋନା କବଳରୁ ସୁସ୍ଥ ହେଲେଣି ୭୬୯୫ ଜଣ।
- ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୦୭କୁ ବୃଦ୍ଧି।
- ଦେଶରେ ଏବେ ୨୨,୬୨୯ ସକ୍ରିୟ କରୋନା ଆକ୍ରାନ୍ତ।
- ବିଶ୍ୱର ୨୧୦ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
- ବିଶ୍ୱରେ ୩୧,୪୮,୫୨୧ ଜଣ ଲୋକ କରୋନା ପଜିଟିଭ୍।
- ବିଶ୍ୱରେ ୨,୧୮, ୩୭୧ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।
୨୫୦ ନମୁନା ପରୀକ୍ଷାରେ ଜଣେ ପଜିଟିଭ୍
- ରାଜ୍ୟରେ ଏବେ ସପ୍ତାହରେ ୧୫ ହଜାର ନମୁନା ପରୀକ୍ଷା ହେଉଛି।
- ପ୍ରତି ୨୫୦ ନମୁନାରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି।
- ରାଜ୍ୟର ୮ଟି ଲ୍ୟାବରେ ବର୍ତ୍ତମାନ କରୋନା ପରୀକ୍ଷା ହେଉଛି।
- ଖୁବଶୀଘ୍ର କୋରାପୁଟ, ବଲାଙ୍ଗିର, ବାଲେଶ୍ୱର, ବାରିପଦାରେ କରୋନା ନମୁନା ପରୀକ୍ଷା କେନ୍ଦ୍ର ଆରମ୍ଭ ହେବ।


















