ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଶମ ତଥା ଦ୍ୱାଦଶ ପରେ ବିଦ୍ୟାର୍ଥୀମାନେ ନିଜ ନିଜ କ୍ୟାରିୟର ପ୍ରତି ଅଧିକ ସଜାଗ ହୋଇଯାଆନ୍ତି। ଆଗକୁ କ’ଣ କରିବେ ସେନେଇ ପ୍ରାୟ ସମସ୍ତେ ନିଜ ମନରେ ସ୍ଥିର କରିବାକୁ ଲାଗିଥାନ୍ତି। ତେବେ ଏହି ସମୟରେ କିଏ ଏକାଡେମିକ ବା ଏଜୁକେସନରେ କ୍ୟାରିୟର କରିବାକୁ ଚାହେଁ ତ କିଏ ମେଡିକାଲ ବା ଇଞ୍ଜିନିୟରିଂ। ଆଉ କେହି କେହି ନିଜ ପ୍ୟାସନକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଭାବିନିଅନ୍ତି ଯେପରି ହୋଟେଲ୍ ମ୍ୟାନେଜମେଣ୍ଟ ଏବଂ କ୍ୟାଟେରିଂ।

ଆଜିର ଯୁଗରେ ହୋଟେଲ୍ ମ୍ୟାନେଜମେଣ୍ଟ ହେଉଛି ଅନେକ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ। ହୋଟେଲ୍ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଥିବା ଯୁବକ ଯୁବତୀମାନେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀର ବିଭିନ୍ନ ସେକ୍ଟର ଯଥା ହୋଟେଲ୍, ରିସୋର୍ଟ, ଫାଷ୍ଟ ଫୁଡ୍ ଚେନ୍, ରେଷ୍ଟୁରାଣ୍ଟ ଆଦିରେ ନିଯୁକ୍ତି ପାଇପାରିବେ। ଏହି ଫ୍ରଫେସନର ଚାହିଦା କେବଳ ଦେଶ ମଧ୍ୟରେ ସିମୀତ ନୁହେଁ ବିଦେଶରେ ମଧ୍ୟ ଏହାର ବହୁତ ସୁଯୋଗ ରହିଛି।

ଆସନ୍ତୁ ଜାଣିବା ହୋଟେଲ ମ୍ୟାନେଜମେଣ୍ଟର କେଉଁ କେଉଁ କୋର୍ସ ରହିଛି-

  • ଡିପ୍ଲୋମା ଇନ୍ H.M
  • ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ H.M
  • ବ୍ୟାଚେଲର୍ ଅଫ୍ H.M
  • ବ୍ୟାଚେଲର୍ ଅଫ୍ ଆଟର୍ସ ଇନ୍ H.M
  • ବ୍ୟାଚେଲର୍ ଅଫ୍ ସାଇନ୍ସ ଇନ୍ H.M

hotel management

  • ବି.ଏ (ଅନର୍ସ) ଇନ H.M
  • ବି.ବି.ଏ ଇନ୍ H.M
  • ମାଷ୍ଟର ଅଫ୍ ସାଇନ୍ସ ଇନ୍ H.M
  • ଏମ୍.ବି.ଏ ଇନ୍ H.M
  • ସାର୍ଟିଫିକେଟ୍ କୋର୍ସ ଇନ୍ H.M ଇତ୍ୟାଦି

hotel management

ଯୋଗ୍ୟତା:

  • ଡିପ୍ଲୋମା କୋର୍ସ ପାଇଁ- ପ୍ରାର୍ଥୀମାନେ ୪୦ ପ୍ରତିଶତ ମାର୍କ ସହ ଦଶମ କିମ୍ବା ଦ୍ୱାଦଶ ପାସ୍ କରିଥିବେ। ଇଂରାଜୀ ବିଷୟ ବାଧ୍ୟତାମୂଳକ ଥିବ।
  • ଡିଗ୍ରୀ କୋର୍ସ ପାଇଁ- ଦ୍ୱାଦଶ ଶ୍ରେଣୀରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବେ ଏବଂ ଇଂରାଜୀ ବିଷୟ ବାଧ୍ୟତାମୂଳକ ଥିବ।
  • ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ କୋର୍ସ ପାଇଁ- ହୋଟେଲ୍ ମ୍ୟାନେଜମେଣ୍ଚରେ ଗ୍ରାଜୁଏସନ୍ କରିବା ପରେ ଏହି ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ କରିପାରିବେ। ଗ୍ରାଜୁଏସନରେ ୪୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ।
  • ସାର୍ଟିଫିକେଟ୍ କୋର୍ସ ପାଇଁ- ସାଧାରଣତଃ ସାର୍ଟିଫିକେଟ କୋର୍ସ ସଟ୍-ଟର୍ମର ବା ୬ ମାସରୁ ଗୋଟିଏ ବର୍ଷର ହୋଇଥାଏ। ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ପ୍ରାର୍ଥୀମାନେ ଏହି ସାର୍ଟି୍ଫିକେଟ କୋର୍ସ କରିପାରିବେ।

hotel management

ନିଯୁକ୍ତି ପାଉଥିବା ବିଭାଗ-

ଏହି ସେକ୍ଟରରେ କୋର୍ସ କରିବା ପରେ ବିଭିନ୍ନ ଜାଗାରେ ନିଯୁକ୍ତି ପାଇପାରିବେ ଯେପରିକି କାଫେଟେରିଆ, ଏୟାରଲାଇନ୍ କ୍ୟାଟେରିଂ, କ୍ୟାବିନ୍ ସର୍ଭିସ୍, କ୍ଲବ୍ ମ୍ୟାନେଜମେଣ୍ଟ, କ୍ରୁସ୍ ସିପ୍ ହୋଟେଲ୍ ମ୍ୟାନେଜମେଣ୍ଟ, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ଏବଂ କ୍ୟାଟେରିଂ, ହୋଟେଲ୍ ଏବଂ ଟୁରିଜିମ୍ ଆସୋସିଏସନ୍, ଇଣ୍ଡିଆନ୍ ନେଭିର ହସ୍ପିଟାଲିଟି ସର୍ଭିସ, ଫରେଷ୍ଟ ଲଜ୍, ଗେଷ୍ଟ ହାଉସ୍, ରିସୋର୍ଟସ୍, ରେଲଓ୍ୱେର କିଚେନ୍ ମ୍ୟାନେଜମେଣ୍ଟ ବିଭାଗରେ, ବ୍ୟାଙ୍କ, ଆର୍ମ ଫୋର୍ସ, ସିପିଂ କମ୍ପାନିଗୁଡ଼ିକ ଇତ୍ୟାଦି।

କେଉଁ କେଉଁ ପଦବୀରେ ନିଯୁକ୍ତି ପାଇପାରିବେ-

  • କିଚେନ୍ ଷ୍ଟିଓ୍ୱାର୍ଡିଂ ସୁପରଭାଇଜର
  • ଆସିଷ୍ଟାଣ୍ଟ ମ୍ୟାନେଜର ବା ରେଷ୍ଟୁରେଣ୍ଟ ମ୍ୟାନେଜର
  • ଗେଷ୍ଟ ରିଲେସନ୍ ଏକ୍ସିକ୍ୟୁଟିଭ୍
  • ଆସିଷ୍ଟାଣ୍ଟ ମ୍ୟାନେଜର ଆଡିମିନିଷ୍ଟ୍ରେସନ୍
  • ଆସିଷ୍ଟାଣ୍ଟ ଗେଷ୍ଟ ଡିଲାଇଟ୍ ମ୍ୟାନେଜର୍
  • ଫ୍ରଣ୍ଟ ଅଫିସ୍ ମ୍ୟାନେଜର
  • ରେଷ୍ଟୁରେଣ୍ଟ କ୍ୟାପ୍ଟେନ୍
  • ସେଫ୍
  • ହାଉସକିପିଂ ଆସୋସିଏଟ୍ ବା ଟିମ୍ ଲିଡର୍ ଇତ୍ୟାଦି

hotel management

ଦେଶର ବିଭିନ୍ନ କଲେଜଗୁଡ଼ିକରେ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ ପ୍ରଦାନ କରାଯାଉଛି। ପ୍ରାର୍ଥୀମାନେ ଉପରଲିଖିତ ଯୋଗ୍ୟତା ଅନୁସାରେ ନିଜ ପସନ୍ଦ ଅନୁସାର କଲେଜରେ ଏହି କୋର୍ସ କରିବା ପରେ ବହୁ ବଡ଼ ବଡ଼ ହୋଟେଲ୍, ନାମୀଦାମୀ ସଂସ୍ଥାରେ ନିଯୁକ୍ତି ପାଇପାରିବେ କିମ୍ବା ନିଜର ବିଜିନେସ୍ ମଧ୍ୟ ଆରମ୍ଭ କରିପାରିବେ।

ହୋଟେଲ୍ ମ୍ୟାନେଜମେଣ୍ଟ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିର ଏକ ମୁଖ୍ୟ ଅଙ୍ଗ। ନୂତନ ଯୁବପିଢ଼ି ମଧ୍ୟରେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି। ତେବେ କୌଣସି ଭଲ କଲେଜରେ ଏହାର କୋର୍ସକରି କଠିନ ପରିଶ୍ରମ ଏବଂ ସୁଯୋଗର ସଦୂପଯୋଗ ଦ୍ୱାରା ଆପଣ ଏହି ସେକ୍ଟରରେ ନିଜ ମନ ପସନ୍ଦର କ୍ୟାରିୟର ଗଢ଼ିପାରିବେ।

Source: www.chakiri.plus

Comment