ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଯାଜପୁର ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ୩ କରୋନା ପଜିଟିଭ୍। ଏଥିସହ କେବଳ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି।
ଯାଜପୁରରେ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ହୋଇଥିବାବେଳେ ଜଣେ ମହିଳା ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୫୬,୬୫ ଓ ୧୮ ରହିଛି।
୧୮ ବର୍ଷୀୟ ମହିଳା ଓ ୫୬ ବର୍ଷୀୟ ପୁରୁଷ ଜଣକ ଯାଜପୁର କଟିକଟା କଣ୍ଟେନମେଣ୍ଟ୍ ଜୋନର ବୋଲି ଜଣାପଡ଼ିଛି। ଏମାନେ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିଭଳି ଆଉ ଜଣେ ୬୫ ବର୍ଷୀୟ ପୁରୁଷ କୋଲକାତାରେ ଫେରୁଥିଲେ। ଏହାପରେ ସେ ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି।


















