ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଆସନ୍ତାକାଲିଠୁ ଲାଗୁ ହେବ ନୂଆ ନିୟମ। ଟୁଇନ୍‌ ସିଟିରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରାଯାଇଛି। ଦୋକାନ ଆଗରେ ଏବଂ ବିଭିନ୍ନ ବଜାରରେ ସାମାଜିକ ଦୂରତ୍ୱ ନିୟମ ନମାନିଲେ ୫୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ବୋଲି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

କମିସନରେଟ୍‌ ପୋଲିସର ଏଏସ୍‌ଆଇ ରାଙ୍କର ଅଫିସରମାନେ ଜରିମାନା ଆଦାୟ କରିବେ। ଏହି ନିୟମ ୬୦ ଦିନ ପାଇଁ ବଳବତ୍ତର ରହିବ।

  • ଦୁଇ ଜଣ ବ୍ୟକ୍ତିଙ୍କ ଭିତରେ ସାମାଜିକ ଦୂରତା ୨ ମିଟର ବା ୬ ଫୁଟ ରହିବ।
  • ସବୁ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ ନିଜ ଦୋକାନ ପରିସର ଏବଂ ଆଖପାଖ ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପଦକ୍ଷେପ ନେବେ।
  • ଭୁବନେଶ୍ୱର ଏବଂ କଟକରେ କୌଣସି ଅନୁମତିପ୍ରାପ୍ତ ଦୋକାନ ଖୋଲି ପାରିବ ନାହିଁ। ଦୋକାନ ଖୋଲିବା ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଇଛି ତାହାକୁ କଡ଼ାକଡ଼ି ପାଳନ କରିବେ।
  • ଗ୍ରାହକମାନେ ଦୋକାନ ଆଗରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବେ। ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବେ। ନଚେତ୍‌ ଜରିମାନା ଗଣିବେ।
  • ଯଦି ଗ୍ରାହକମାନେ ସାମାଜିକ ଦୂରତା ନିୟମ ନମାନନ୍ତି ତାହାଲେ ଦୋକାନୀ ସଙ୍ଗେ ସଙ୍ଗେ ୧୦୦ ନମ୍ବରରେ କଲ୍‌ କରି ପୋଲିସକୁ ଜଣାଇବେ। ଯଦି ନଜଣାଇବେ ତାହାଲେ ଦୋକାନୀ ମଧ୍ୟ ଦଣ୍ଡିତ ହେବେ।
  • ଦୋକାନ ମାଲିକ ଏବଂ କର୍ମଚାରୀମାନେ ସବୁବେଳେ ମୁହଁ ଘୋଡ଼ାଇ ରଖିବେ। ଗ୍ରାହକମାନେ ମଧ୍ୟ ମୁହଁରେ ମାସ୍କ ପିନ୍ଧିବେ।
  • ପ୍ରତ୍ୟେକ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ଏବଂ ସାନିଟାଇଜର ବ୍ୟବସ୍ଥା କରିବେ।
  • କୌଣସି ବ୍ୟକ୍ତି ବଜାର ଗଲା ବେଳେ ପାଟିରେ ଗୁଟ୍‌ଖା, ଖଇନି, ପାନ ଆଦି ଚୋବାଇ ଯିବେନାହିଁ। ବାହାରେ ଛେପ ପକାଇବେ ନାହିଁ।
  • ଏସବୁ ନିୟମ ନମାନିଲେ ଉଭୟ ଦୋକାନୀ ଏବଂ ଗ୍ରାହକ ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବେ।

Comment