ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି ଅପଡେଟ୍ ସମ୍ବନ୍ଧରେ ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା

  • ଗୋଟିଏ ଦିନରେ ଯାଜପୁରରୁ ଚିହ୍ନଟ ହେଲେ ୧୭ ପଜିଟିଭ୍।
  • ସମସ୍ତ ଆକ୍ରାନ୍ତ କଟିକଟା କଣ୍ଟେନମେଣ୍ଟ୍ ଜୋନର।
  • ପୂର୍ବରୁ ଏହି ଅଞ୍ଚଳରେ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।
  • ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୪୨କୁ ବୃଦ୍ଧି।
  • ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଲା।
  • ଯାଜପୁରରେ ସର୍ବାଧିକ ୩୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ।

ଦେଶରେ କରୋନା

  • ଦେଶରେ ବର୍ତ୍ତମାନ ସୁଦ୍ଧା ୮,୩୦,୨୦୧ଟି ନମୁନା ପରୀକ୍ଷା ହୋଇଛି।
  • ଦେଶରେ ଆକ୍ରାନ୍ତ ସଂଖ୍ୟା ୩୩,୦୫୦କୁ ବୃଦ୍ଧି।
  • ଦେଶରେ ସୁସ୍ଥ ହେଲେଣି ୮୩୨୪ ଜଣ ଆକ୍ରାନ୍ତ।
  • ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୦୭୪କୁ ବୃଦ୍ଧି।
  • ଦେଶରେ ବର୍ତ୍ତମାନ ୨୩,୬୫୧ ଜଣ ସକ୍ରିୟ ଆକ୍ରାନ୍ତ।

ବିଶ୍ୱରେ କରୋନା

  • ବିଶ୍ୱର ୨୧୦ଟି ଦେଶ ଏବଂ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ୨୪ ଘଣ୍ଟା ମଧ୍ୟରେ ୮୩,୫୪୧ ଜଣ ଲୋକ କରୋନା ସଂକ୍ରମିତ।
  • ବିଶ୍ୱରେ ଆକ୍ରାନ୍ତ ସଂଖ୍ୟା ୩୨,୩୨,୦୬୨କୁ ବୃଦ୍ଧି।
  • ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୨,୨୮,୫୦୫ ଜଣ କରୋନାରେ ପ୍ରାଣ ହରାଇଲେଣି।

Comment