ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାବାସୀଙ୍କ ପାଇଁ ଆସିଛି ଭଲ ଖବର। ରାଜ୍ୟର ଆଉ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ୧୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୫ ଜଣ ସୁସ୍ଥ ହୋଇସାରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଭୁବନେଶ୍ୱରର ୩ଜଣ, ବାଲେଶ୍ୱରର ୩ଜଣ, ଭଦ୍ରକର ୭ଜଣ ଓ କେନ୍ଦ୍ରାପଡ଼ାର ଜଣେ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ଜିଲ୍ଲାର ୨ ଜଣ ଯାକ ଆକ୍ରାନ୍ତ କରୋନା କବଳରୁ ମୁକ୍ତ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ କେବଳ ଜଣେ ପ୍ରାଣ ହରାଇଥିବାବେଳେ ଏବେ ବି ୯୨ ଜଣ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ରହିଛି।


















