ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଯାଜପୁର ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ ପଜିଟିଭ୍। ଏଥିସହିତ ଶୁକ୍ରବାର ଜିଲ୍ଲାରେ ମୋଟ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।
ନୂଆ ପଜିଟିଭ୍ ଜଣକ ବୟସ ୩୦ ବର୍ଷ ହୋଇଥିବାବେଳେ ସେ ବେହେରାପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି। ଏଥିସହିତ ସେ ମଧ୍ୟ କୋଲାକାତାରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାପୂର୍ବରୁ ଶୁକ୍ରବାର ଯାଜପୁରରେ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଜଣେ ବୀରରାଜପୁରର ହୋଇଥିବାବେଳେ ଆଉ ଜଣେ କଟିକଟା ଅଞ୍ଚଳର ବୋଲି ଜଣାପଡ଼ିଥିଲା।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କେବଳ ଯାଜପୁର ଜିଲ୍ଲାରୁ ୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲା ଅନୁଯାୟୀ ଦେଖିଲେ ଯାଜପୁର ଜିଲ୍ଲାରେ ସର୍ବାଧିକ ୩୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଏହା ପଛକୁ ବାଲେଶ୍ୱର ଜିଲ୍ଲାରେ ୨୦ ଓ ଖୋର୍ଦ୍ଧା ଜିଲ୍ଲାରେ ୧୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।


















