ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ଦେଶ ଓ ବିଶ୍ୱର କରୋନା ଅପଡେଟ୍ ସମ୍ପର୍କରେ ସୂଚନା ଦିଆଯାଇଛି।

ପ୍ରବାସୀମାନେ କେମିତି ଫେରିବେ ଓଡ଼ିଶା?

  • ବାହାର ରାଜ୍ୟରେ ଫସିଥିବା ଓଡ଼ିଆମାନେ ନିଜ ରାଜ୍ୟକୁ ଫେରିପାରିବେ।
  • ରୋଡ୍ କିମ୍ବା ଟ୍ରେନ୍ ଯୋଗେ ସେମାନେ ଓଡ଼ିଶାରେ ପ୍ରବେଶ କରିପାରିବେ।
  • ପ୍ରବେଶ କରିବା ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ।
  • ରୋଡରେ ଆସୁଥିଲେ ରାଜ୍ୟର ୧୧ଟି ବର୍ଡର ଚେକ୍ ପୋଷ୍ଟ ମଧ୍ୟରୁ କୌଣସି ଗୋଟିଏ ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିବାକୁ ହେବ।
  • ପ୍ରବେଶ କରିବା ସମୟରେ ସେମାନଙ୍କ ହାତରେ ଏକ ପ୍ରକାର ଅଲିଭା ଷ୍ଟାମ୍ପ ଲାଗିବ।
  • ଏହି ଷ୍ଟାମ୍ପ କ୍ୱାରେଣ୍ଟାଇନରେ ରହିବା ପାଇଁ ଦିନ ଗଣିବାକୁ ସାହାଯ୍ୟ କରିବ।
  • ଟ୍ରେନ୍ ଯୋଗେ ମଧ୍ୟ ପ୍ରବାସୀମାନେ ଓଡ଼ିଶାକୁ ଆସିପାରିବେ।
  • ଓଡ଼ିଶାକୁ ଆସିବା ପରେ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। 

ଓଡ଼ିଶାରେ କରୋନା

  • ଯାଜପୁର, ବଲାଙ୍ଗିରରେ ଚିହ୍ନଟ ହେଲେ ନୂଆ କରୋନା ଆକ୍ରାନ୍ତ।
  • ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୯କୁ ବୃଦ୍ଧି।
  • ଯାଜପୁର ଜିଲ୍ଲାରେ ସର୍ବାଧିକ ସକ୍ରିୟ ଆକ୍ରାନ୍ତ।
  • ରାଜ୍ୟରେ ଏବେ ସୁଦ୍ଧା ୩୪,୧୩୩ ନମୁନା ପରୀକ୍ଷା ହୋଇଛି।
  • ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
  • ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩।

ଭାରତରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୯,୦୨,୬୫୪ ନମୁନା ପରୀକ୍ଷା ହୋଇଛି।
  • ସେଥିମଧ୍ୟରୁ ୩୫,୦୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ।
  • ଦେଶରେ ୮୮୮୮ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
  • ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୪୭କୁ ବୃଦ୍ଧି।
  • ଦେଶରେ ଏବେ ବି ୨୫,୦୦୭ ସକ୍ରିୟ କରୋନା ଆକ୍ରାନ୍ତ।
  • ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ।

ବିଶ୍ୱରେ କରୋନା

  • ବିଶ୍ୱର ୨୧୨ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୩୩,୨୯,୦୨୪ଜଣ ଲୋକ କରୋନା ପଜିଟିଭ୍।
  • ଗୋଟିଏ ଦିନରେ ବିଶ୍ୱରେ ୮୭,୯୬୨ ଜଣ ଲୋକ କରୋନା ଆକ୍ରାନ୍ତ।
  • ସାରା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨,୩୪,୨୮୩କୁ ବୃଦ୍ଧି।

Comment