ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

jajpur

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲା ବରି ବ୍ଲକର ୬୨ ବର୍ଷିୟ ବୃଦ୍ଧ। ଆକ୍ରାନ୍ତ ଜଣକ ନିକଟରେ କୋଲକାତାରୁ ଫେରିଥିଲେ। ସେ କ୍ଵାରେଣ୍ଟାଇନ୍‌ରେ ଥିଲେ। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ଏହି ଆକ୍ରାନ୍ତଙ୍କ ପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି, ଯାହାକି ବର୍ତ୍ତମାନ ରାଜ୍ୟରେ ସର୍ବାଧିକ। ଆଜି ଗୋଟିଏ ଦିନରେ ଯାଜପୁରରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଥିବା ବେଳେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୦ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତ ବର୍ତ୍ତମାନ ଯାଜପୁରରେ ରହିଛନ୍ତି। ଖୋର୍ଦ୍ଧାରେ ୪୭ ଆକ୍ରାନ୍ତ ଥିଲେ ମଧ୍ୟ ଗତ ୧୫ ଦିନରେ ମାତ୍ର ଗୋଟିଏ କେସ୍‌ ସାମ୍ନାକୁ ଆସିଛି। ସେହିପରି ବାଲେଶ୍ଵର ଓ ଭଦ୍ରକରୁ ମଧ୍ୟ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ବର୍ତ୍ତମାନ ରାଜ୍ୟରେ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ରେଡ୍‌ ଜୋନରେ ରହିଛି। ହେଲେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜରେ ରହିଛି।

Comment