ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସୁଦ୍ଧା ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ଟପିଥିବାବେଳେ କେବଳ ମହାରାଷ୍ଟ୍ରରେ ୪୮୫ ଲୋକଙ୍କ ପ୍ରାଣ ନେଲାଣି କରୋନା ଭାଇରସ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୩୭ ହଜାର ୩୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୯୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୨୬ ହଜାର ୧୬୭ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶନିବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨୧୮ରେ ପହଞ୍ଚିଯାଇଛି।
ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୫୦୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ମହାରାଷ୍ଟ୍ରରେ ୪୮୫ ଜଣ ଲୋକା କରୋନାରେ ପ୍ରାଣ ହରାଇଛନ୍ତି। ଏହା ତଳକୁ ଗୁଜରାଟରେ ୨୩୬ ଜଣ, ମଧ୍ୟପ୍ରଦେଶରେ ୧୪୫ ଜଣ ଦିଲ୍ଲୀରେ ୬୧ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।


















