ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ଥିବା ସତ୍ତ୍ୱେ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୩୭୩ ଜଣ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଦେଶରେ ବର୍ତ୍ତମାନ ସୁଦ୍ଧା ୪୨ ହଜାର ୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧,୭୦୭ ଜଣ କରୋନା କବଳରୁ ସୁସ୍ଥ ହୋଇଥିବାବେଳେ ଏବେ ବି ୨୯ ହଜାର ୪୫୩ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦେଶରେ ଏବେ ବି ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ମୋଟ ୧୨ ହଜାର ୯୭୪ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୫୪୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିଭଳି ଗୁଜରାଟରେ ୨୯୦ ଜଣ, ମଧ୍ୟପ୍ରଦେଶରେ ୧୫୬ ଜଣ ଓ ରାଜସ୍ଥାନରେ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି।

Comment