ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାରାତ୍ମକ କରୋନା ଭାଇରସ ପାଇଁ ୧ ମାସରୁ ଅଧିକ ହେବ ସାରାଦେଶରେ ତାଲା ପଡ଼ିଛି। ଏଭଳି ପରିସ୍ଥିତିରେ ଜିମ୍ ଯାଉଥିବା ଲୋକମାନେ ମଧ୍ୟ ଘରେ ରହି ବ୍ୟାୟାମ କରୁଛନ୍ତି। କିନ୍ତୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ସମୟରେ ଘରେ ରହି ବିନା ଜିମ୍‌ରେ ସ୍ମାର୍ଟ ଓ୍ୱାର୍କଆଉଟ୍‌ କରୁଛନ୍ତି।

ନିକଟରେ ପ୍ରିୟଙ୍କା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ଜିମ୍ ଉପକରଣ ବିନା ସେ ୱାର୍କଆଉଟ୍ କରୁଥିବା ଦେଖିବାକୁ ମିଳିଥିଲା।  ପ୍ରିୟଙ୍କା ସୋଫା ଉପରେ ଶୋଇଥିବା ବେଳେ ହାତରେ ଡମ୍ବଲ୍ସ ବଦଳରେ ଏକ କୁନି ଝିଅକୁ ଟେକୁଥିବା ଭିଡିଓରେ ଦେଖାଯାଇଥିଲା।

ପ୍ରିୟଙ୍କା ଭିଡିଓ ସହିତ କ୍ୟାପସନ ଲେଖିଥିଲେ ‘ନୋ ଜିମ୍‌, ନୋ ପୋବ୍‌ଲେମ’। ପ୍ରିୟଙ୍କାଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବି ଖୁବ୍‌ ପସନ୍ଦ କରିଛନ୍ତି।

ଲକଡାଉନ୍‌ରେ ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ୍‌ ଜୋନ୍‌ସଙ୍କ ସହିତ ଆମେରିକାରେ ଅଛନ୍ତି। ସୋସିଆଲ ମିଡିଆରେ ଉଭୟ ଲଗାତର କିଛି ନା କିଛି ଭିଡିଓ ପୋଷ୍ଟ କରୁଛନ୍ତି।

Comment