ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର କରୋନା ଅପଡେଟ୍ ଦିଆଯାଇଛି।
ଓଡ଼ିଶାରେ କରୋନା
- ରାଜ୍ୟରେ ଚିହ୍ନଟ ହେଲେ ଆଉ ୬ କରୋନା ପଜିଟିଭ୍।
- ଓଡ଼ିଶାରେ କରୋନା ପଜିଟିଭ୍ ସଂଖ୍ୟା ୧୬୯କୁ ବୃଦ୍ଧି।
- ଭଦ୍ରକରେ ଚାରି ଓ ଭଦ୍ରକରେ ୨ ନୂଆ ପଜିଟିଭ୍ ଚିହ୍ନଟ।
- ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୧ ହଜାର ୧୨୮ ନମୁନା ପରୀକ୍ଷା ହୋଇଛି।
- ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେଣି ୬୦ ଜଣ।
- ଓଡ଼ିଶାରେ ଏବେ ବି ୧୦୮ ସକ୍ରିୟ କରୋନା ଆକ୍ରାନ୍ତ।
ଦେଶରେ କରୋନା
- ଭାରତରେ ବର୍ତ୍ତମାନ ସୁଦ୍ଧା ୧୧,୦୭,୨୩୩ ନମୁନା ପରୀକ୍ଷା ହୋଇଛି।
- ଦେଶରେ ଏବେ ସୁଦ୍ଧା ୪୨,୫୩୩ କରୋନା ପଜିଟିଭ୍ ଚିହ୍ନଟ।
- ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୧୧,୭୦୬ ଜଣ।
- ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୩୭୨କୁ ବୃଦ୍ଧି।
- ଦେଶରେ ଏବେ ବି ୨୯,୪୫୩ ସକ୍ରିୟ କରୋନା ଆକ୍ରାନ୍ତ।
ବିଶ୍ୱରେ କରୋନା
- ବିଶ୍ୱର ୨୧୨ ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
- ବିଶ୍ୱରେ ଏବେ ସୁଦ୍ଧା ୩୫,୮୧,୮୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
- ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୨,୪୮, ୫୫୫ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।
ଗ୍ରୀନ୍ ଜୋନରେ ଗଡ଼ିପାରିବ ବସ
- ଓଡ଼ିଶାର ଗ୍ରୀନ୍ ଜୋନ ତାଲିକାରେ ଥିବା ଜିଲ୍ଲାରେ ଚାଲିପାରିବ ବସ୍।
- ଗୋଟିଏ ଗ୍ରୀନ୍ ଜୋନରୁ ଅନ୍ୟ ଗ୍ରୀନ ଜୋନକୁ ବସ ଚଳାଚଳ କରିପାରିବ।
- ରେଡ୍ ଜୋନ୍ କିମ୍ବା ଅରେଞ୍ଜ ଜୋନରେ ବସ୍ ଚାଲିପାରିବ ନାହିଁ।
- ଅନ୍ତରାଜ୍ୟ ବସ ସେବା ବର୍ତ୍ତମାନ ପାଇଁ ବନ୍ଦ।
- ସରକାରଙ୍କ ନିୟମ ମୁତାବକ ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ ଜୋନରେ ଯିବାଆସିବା ଚାଲିବ।


















