ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଚୀନ ସମଗ୍ର ବିଶ୍ୱକୁ ଅନ୍ଧାରରେ ରଖିଥିଲା ବୋଲି ଏକ ନୂଆ ରିପୋର୍ଟ କହୁଛି। ଆମେରିକା ସରକାରଙ୍କ  ପକ୍ଷରୁ ବିଗତ ଛଅ ମାସ ମଧ୍ୟରେ ଚୀନ ଦ୍ୱାରା ହୋଇଥିବା ବ୍ୟବସାୟ କାରବାରର ଡାଟା ବାହାର କରାଯାଇଛି। ଏହି ଡାଟା ଅନୁସାରେ  ଉହାନରେ  କରୋନା ସଂକ୍ରମଣ ଘଟଣା ଜଣା ପଡ଼ିଲା ପରେ ଚୀନ ସବୁ ପ୍ରକାର ମେଡ଼ିକାଲ ଉପକରଣ ଠୁଳ କରିବା ଆରମ୍ଭ କରିଥିଲା।

ଚୀନ ଜାଣିଥିଲା ଯେ ଏହା ଏକ ମହାମାରୀରେ ପରିବର୍ତ୍ତନ ହେବାକୁ ଯାଉଛି। ଏଣୁ ଯେତେ ସବୁ  ଉପକରଣ ଯଥା ମାସ୍କ,ଭେଣ୍ଟିଲେଟର, ପିପିଇ କିଟକୁ ଅନ୍ୟ ଦେଶରୁ ଆମଦାନୀ କରିବା ଆରମ୍ଭ କରିଦେଇଥିଲା ଚୀନ। ସ୍ଥିତି ସଙ୍ଗୀନ ହେବାକୁ ଯାଉଛି ବୋଲି ଜାଣି ସୁଦ୍ଧା  କାହାକୁ ଏକଥା ଚୀନ ନଜଣାଇ ନିଜେ ଯାବତୀୟ ରକମର ପ୍ରସ୍ତୁତି ଶେଷ କରିଦେଇଥିଲା ବୋଲି ଏହି ରିପୋର୍ଟ ନିର୍ଯ୍ୟାସରେ ପହଞ୍ଚିଛି।

ଖାଲି ସେତିକି ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ କରୋନା ପାଇଁ  ଏତେ ବେଶୀ ବ୍ୟସ୍ତ ହେବାର ନାହିଁ ବୋଲି ଚୀନ ବିଶ୍ୱ ସମୁଦାୟ ଆଗରେ ଘଟଣାକୁ ପ୍ରକାଶ କରିଥିଲା। ଜାଣିଶୁଣି ଚୀନ ତାର ରପ୍ତାନୀ ବାଣିଜ୍ୟକୁ ହ୍ରାସ କରିବା ସହ ଆମଦାନୀ ପରିମାଣ ବଢ଼ାଇ ଦେଇଥିଲା ବୋଲି ଏହି ଡାଟାରୁ ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣ ପାଇଁ ଆମେରିକା ଚୀନକୁ ହିଁ ଦାୟୀ କରି ଆସିଛି ଓ ଏଥିପାଇଁ ଚୀନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲ ଟ୍ରମ୍ପ ପ୍ରଶାସନ ବରାବର କହି ଆସୁଛି।

Comment