ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ନେଇ କୋରାପୁଟରେ ପହଞ୍ଚିଛି ବସ୍‌। ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ମୋଟ୍‌ ୨୮ ଜଣ ଛାତ୍ରଛାତ୍ରୀ ଆସି ପହଞ୍ଚିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରାଶସନ ଦ୍ଵାରା କ୍ଵାରେଣ୍ଟାଇନ୍‌ରେ ରଖାଯିବ।

ରାଜସ୍ଥାନର କୋଟାରେ କୋରାପୁଟ ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାର ୨୮ ଜଣ ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁଁ ସେମାନେ ସେଠାରେ ଫସି ରହିଥିଲେ। ପରେ ଓଡ଼ିଶା ସରକାରଙ୍କ ଦ୍ଵାରା ରାଜସ୍ଥାନରୁ ଏକ ବସ୍‌ରେ ବାହାରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟରେ ଆଜି ପହଞ୍ଚିଛନ୍ତି।

ବର୍ତ୍ତମାନ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ଗତି କରୁଛି। ଓଡ଼ିଶାର ଶ୍ରମିକ ତଥା ବାହାର ରାଜ୍ୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଲକ୍‌ଡାଉନ୍‌ରେ ଫସି ରହିଛନ୍ତି। ସେମାନେ କିପରି ରାଜ୍ୟକୁ ଆସି ପାରିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

Comment