ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭଦ୍ରକ ଜିଲ୍ଲାରେ ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଜାରି ହୋଇଛି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଲକ୍‌ଡାଉନ୍‌ ୩ର ଗାଇଡ୍‌ଲାଇନ୍‌ ଅନୁସାରେ ରାତି ବେଳେ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ବ୍ୟକ୍ତିଗତ ଯିବା ଆସିବା, ଅନାବଶ୍ୟକୀୟ କାମରେ ବାହାରକୁ ଆସିବାକୁ ମନା କରାଯାଇଛି। ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରାଶାସନ ପକ୍ଷରୁ କୁହାଯାଇଛି।

ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ ସରକାର ମଧ୍ୟ ଲୋକମାନଙ୍କୁ କହିଛନ୍ତି।

ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌ ଜୋନ୍‌ରେ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। କେବଳ ଜରୁରୀ କାମରେ ଆସୁଥିବା ଲୋକଙ୍କୁ ଛଡ଼ାଯିବ। ବିନା କାମରେ ଏହି ସମୟରେ ଘରୁ ବାହାରକୁ ବାହାରିଲେ ଗ୍ରହଣ କରାଯିବ ନାହିଁ।

Comment